Latest Odisha News

BREAKING NEWS

ମହାନଦୀରେ ୨୦ ଫୁଟର ଘାଇ, ଚାଲିଛି ମରାମତି ପାଇଁ ଉଦ୍ୟମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି ।

ଜିଲ୍ଲାର ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ୧୦୦ରୁ ଅଧିକ ପରିବାର ଭୟଭୀତ ହୋଇ ତାଳଦଣ୍ଡା ବନ୍ଧ ଉପରକୁ ଚାଲି ଆସିଛନ୍ତି । ଖବରପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘାଇ ମରାମତି ପାଇଁ ଉଦ୍ୟମ କରୁଛି । ସେପଟେ ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରୁଛନ୍ତି ।

ଅନ୍ୟପଟେ ଆଜି ସକାଳୁ କଟକ ମୁଣ୍ଡଳିରେ ଜଳସ୍ତର କମିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ମୁଣ୍ଡଳିରେ ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେପଟେ କିନ୍ତୁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୪.୬୦ ଫୁଟ୍‌ ରହିଛି। ହୀରାକୁଦକୁ ୪,୩୨,୮୦୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି।

Leave A Reply

Your email address will not be published.