Latest Odisha News

BREAKING NEWS

ମନିଷାରାଣୀ ଓ ସୁବାସିନୀଙ୍କୁ ମିଳିଲା ବିଜୟଲକ୍ଷ୍ମୀ ସ୍ମୃତି ପୁରସ୍କାର

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ଗଣିତ ଏବଂ ବିଜ୍ଞାନ ଶିକ୍ଷୟତ୍ରୀ ପରଲୋକାଗତ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ପୁଅ ବରିଷ୍ଠ କ୍ରୀଡା ସାମ୍ୱାଦିକ ସମ୍ବିତ ମହାପାତ୍ରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ମୃତି ପୁରସ୍କାର ଶନିବାର ଦିନ ୟୁନିଟ୍ -୧ ବାଳିକା ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। । ସେହି ସ୍କୁଲରେ ବିଜୟଲକ୍ଷ୍ମୀ ପ୍ରାୟ ୨୦ ବର୍ଷ କାର୍ଯ୍ୟ କରିଥିଲେ। ଗଣିତ ଏବଂ ବିଜ୍ଞାନରେ ଟପ୍ କରିଥିବା ସେହି ସ୍କୁଲର ଛାତ୍ରୀ ଯଥାକ୍ରମେ ମନୀଷା ରାଣୀ ସାହୁ ଓ ସୁବାସିନୀ ଦାସଙ୍କୁ ପ୍ରଥମ ବିଜୟଲକ୍ଷ୍ମୀ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା।

ପୁରସ୍କାର ଆକାରରେ ଉଭୟଙ୍କୁ ନଗଦ ୩ହଜାର ଟଙ୍କା, ପ୍ରଶସ୍ତି ପତ୍ର ଓ ଉପହାର ପ୍ରଦାନ ହୋଇଥିଲା।

ଛାତ୍ରଛାତ୍ରୀମାନେ ପ୍ରଶ୍ନ ପଚାରିବାର ସାହସ କରନ୍ତୁ । ପ୍ରଶ୍ନ ପଚାରିବା ଦ୍ଵାରା ବିଶ୍ଵ ଇତିହାସରେ ଅନେକ ପରିବର୍ତ୍ତନ ସମ୍ଭବ ହୋଇ ପାରିଛି ବୋଲି କହିବା ସହ ପ୍ରଶ୍ନ ପଚାରିବା ଦ୍ଵାରା ଅଜ୍ଞାନତା ଦୂର ହୁଏ ବୋଲି ପ୍ରଥମ ବିଜୟଲକ୍ଷ୍ମୀ ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ବିଖ୍ୟାତ ସାହିତ୍ୟିକ ଦାଶ ବେନହୁର। ପିଲାମାନେ ପ୍ରତ୍ୟେକ ଦିନ ରାତିରେ ଡାଏରୀରେ ଜଗତରୁ କଣ ପାଇଲେ ଓ କଣ ପ୍ରଦାନ କଲେ ଲେଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଓଡ଼ିଶା ପ୍ରସାଶନିକ ସେବାର ବରିଷ୍ଠ ଅଧିକାରୀ ଦେବ ପ୍ରସାଦ ଦାଶ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପିଲାମାନଙ୍କୁ ଆହ୍ବାନ କରିଥିଲେ।

ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ ବଡ଼ପଣ୍ଡା, ଶିକ୍ଷୟତ୍ରୀ ଅଜୟ ଲକ୍ଷ୍ମୀ, ନିବେଦିତା ତଥା ଭାରତୀ ସ୍ମୃତି ଚାରଣ କରିଥିଲେ।

Comments are closed.