Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସରେ ଏଥର ବିଜେତା ନିଜକୁ ନିଜେ ପଦକ ଦେବ

ଟୋକିଓ: କରୋନା ମହାମାରୀକୁ ଆଖି ଆଗରେ ରଖି ଟୋକିଓ ଅଲିମ୍ପିକ୍ସରେ ଆବଶ୍ୟକୀୟ ସତର୍କତା ଗ୍ରହଣ କରାଯାଇଛି । ନୂତନ ନିୟମ ଅନୁସାରେ ଏଥର ବିଜୟୀ ଆଥଲେଟଙ୍କୁ କେହି ପଦକ ପିନ୍ଧାଇବେ ନାହିଁ । ପ୍ରତିଯୋଗୀ ନିଜ ବେକରେ ନିଜେ ପଦକ ଝୁଲାଇବ । ଏହା ବ୍ୟତୀତ କାହା ସହିତ ହାତ ମିଳାଇ ପାରିବେ ନାହିଁ ଓ କୁଣ୍ଢେଇ ପାରିବେନି ।

ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ସଭାପତି ଥମାସ ବାକ୍ ବୁଧବାର ଏଥିନେଇ ନୂତନ ଗାଇଡଲାଇନ ଜାରୀ କରିଛନ୍ତି । ବିଜେତା ଆଥଲେଟଙ୍କୁ ଟ୍ରେରେ ପଦକ ଦିଆଯିବ । ଯେଉଁ ବ୍ୟକ୍ତି ପଦକ ରଖିବ ସେ ନିଜେ ଡିସଇନଫେକଟେଡ ଗ୍ଲୋଭସ ପିନ୍ଧିଥିବ । ପ୍ରେଜେଂଟର ଏବଂ ଆଥଲେଟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ ।

Leave A Reply

Your email address will not be published.