Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ

ଚଣ୍ଡୀଗଡ: ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ପରେ ଏବେ ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ ଔଲେଖ ରହିଛନ୍ତି । ବୁଧବାର ରାତିରେ ମନକୀରଟ ଚଣ୍ଡୀଗଡରୁ ଘରକୁ ଫେରୁଥିବା ବେଳେ ୩ଜଣ ଯୁବକ ତାଙ୍କ ଗାଡିକୁ ଅନୁସରଣ କରିଥିଲେ । ମନକୀରଟ ପ୍ରଥମେ ଏ ନେଇ ବିଶେଷ ଧ୍ୟାନ ଦେଇ ନ ଥିଲେ ମଧ୍ୟ ସେମାନେ ବହୁତ ସମୟ ଧରି ତାଙ୍କ ଗାଡି ପଛରେ ଆସିବାରୁ ସେ ଚିନ୍ତିତ ହୋଇ ପଡିଥିଲେ । ସେ ରହୁଥିବା ସୋସାଇଟ ନିକଟରେ ଗାଡି ପଂହଚିବା ମାତ୍ରେ ସୁରକ୍ଷାକର୍ମୀ ଓ ଗନମ୍ୟାନ ବାହାରକୁ ଆସିବାରୁ ସନ୍ଦିଗ୍ଧ ଯୁବକମାନେ ଖସି ପଳାଇଥିଲେ । ମନକୀରଟ ମୋହାଲୀ ଏସଏସପି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ।

BjdElectrycity

ପୋଲିସ ସିସିଟିଭି ଫୁଟେଜ ଏବଂ ଗାଡି ନମ୍ବରକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ମୁସେୱାଲ ହତ୍ୟାକାଣ୍ଡରେ ବବୀହା ଗ୍ୟାଙ୍ଗର ୪ଜଣଙ୍କୁ ପୋଲିସ ଗିରଫ କରିଥିଲା । ପଚରାଉଚରା ସମୟରେ ଗାୟକ ବବୁ ମାନ ଓ ମନକୀରଟଙ୍କ ଏଥିରେ ହାତ ଥିବା କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ।

Leave A Reply

Your email address will not be published.