Latest Odisha News

BREAKING NEWS

ଝିଅକୁ ଧରି ବୈତରଣୀ ନଦୀକୁ ବାପା ଡେଇଁବା ଘଟଣା: ୩୦ ଘଣ୍ଟା ପରେ ମିଳିଲା ବାପାର ମୃତ ଦେହ, ଏବେବି ନିଖୋଜ କୁନି ଝିଅ

ଭଦ୍ରକ: ଝିଅକୁ ଧରି ବୈତରଣୀ ନଦୀକୁ ବାପା ଡେଇଁବା ଘଟଣା । ପ୍ରାୟ ୩୦ ଘଣ୍ଟା ପରେ ମିଳିଲା ନିଖୋଜ ବାପା ଚନ୍ଦନ ସାହୁର ମୃତଦେହ । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ମିଳିଲା ମୃତ ଦେହ । ସେପଟେ ଏବେବି ନିଖୋଜ ରହିଛି କୁନି ଝିଅ । ଝିଅକୁ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ । ଗତ ୨୭ ତାରିଖରେ ନିଜ କୁନି ଝିଅକୁ ଧରି ଆଖୁଆପଦା ସ୍ଥିତ ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ ଚନ୍ଦନ।

ସୂଚନା ଅନୁସାରେ, ଗତ ୨୭ ତାରିଖ ରାତି ୯ଟାରେ ନିଜ ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀ ଗର୍ଭକୁ ଡେଇ ପଡିଥିଲେ ବାପା ଚନ୍ଦନ । ରାତି ଥିବାରୁ ସେହିଦିନ ଖୋଜାଖୋଜି କାର୍ଯ୍ୟ ନକରାଯାଇ ଗୁରୁବାର ଦିନ ତାମାମ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ବାପ ଝିଅଙ୍କର କୌଣସି ପତ୍ତା ମିଳିପାରିନଥିଲା । ତେଣୁ ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ । ଶେଷରେ ଦୀର୍ଘ ୩୦ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ମିଳିଲା ବାପା ଚନ୍ଦନ ସାହୁଙ୍କ ମୃତଦେହ । କିନ୍ତୁ ଏବେବି ନିଖୋଜ ରହିଛି କୁନି ଝିଅ ତୃପ୍ତି ।

ସୂଚନାଯୋଗ୍ୟ, ଚନ୍ଦନ ଗତ ୪ ବର୍ଷ ତଳେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ସୁରତର ଏକ ସୂତା ମିଲରେ କାମ କରୁଥିଲେ ଚନ୍ଦନ । ବିବାହ ପରେ ସୁରଟରେ ରହୁଥିଲେ ଉଭୟ ସ୍ୱାମୀ-ସ୍ତ୍ରୀ । ପାରିବାରିକ ଅଶାନ୍ତି କାରଣରୁ ଏକ ମାସ ତଳେ ପତ୍ନୀ ଆତ୍ମହତ୍ୟା କରିଥିଲେ । ସେବେଠାରୁ ମାନସିକ ଚାପରେ ଥିଲେ ଚନ୍ଦନ । ଅଢେଇ ବର୍ଷର ଝିଅ ସହ ଘରକୁ ଫେରିଥିଲେ ମଧ୍ୟ ତାଙ୍କ ମନ ଭଲ ଲାଗୁନଥିବା କହିଥିଲେ । ପତ୍ନୀଙ୍କ ପାଖକୁ ପଳାଇବେ ବୋଲି ଘର ଲୋକ ଓ ସମ୍ପର୍କୀୟଙ୍କୁ କହୁଥିଲେ । ଆଉ ଗତ ୨୭ ତାରିଖ ରାତିରେ ଅଢେଇ ବର୍ଷର ଝିଅକୁ ଧରି ନଦୀ ଗର୍ଭକୁ ଡେଇଁ ପଡିଥିଲେ ଚନ୍ଦନ ।

Leave A Reply

Your email address will not be published.