Latest Odisha News

BREAKING NEWS

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ଶାହରୁଖଙ୍କ ‘ପଠାନ’

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି । ୪ ବର୍ଷ ପରେ ଶାହରୁଖ ବିଗ୍ ସ୍କ୍ରିନକୁ ଫେରୁଥିବା ବେଳେ ନୂଆ ରେକର୍ଡ ସୃଷ୍ଟି କରିଛି ଫିଲ୍ମ ‘ପଠାନ’ । ଶାହରୁଖ ଫିଲ୍ମ ‘ପଠାନ’ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ । ଯେଉଁଥି ପାଇଁ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇ ସାରିଛି ।

ଆଉ ଆଗୁଆ ବୁକିଂ ମାମଲାରେ ‘ପଠାନ’ ବେଶ୍ ଆଗରେ ରହିଛି । ରିପୋର୍ଟ ଅନୁସାରେ, ‘ପଠାନ’ ରିଲିଜର ପ୍ରଥମ ଦିନ ଲାଗି ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ହାଇଦ୍ରାବାଦ ୪ଟି ସହରରେ ସର୍ବାଧିକ ଟିକେଟ୍ ବୁକିଂ ହୋଇଛି । ଆଉ ଆଗୁଆ ବୁକିଂରେ ଏବେ ସୁଦ୍ଧା ‘ପଠାନ’ ୧୨ କୋଟିରୁ ଅଧିକ ଆୟ କଲାଣି । ଯାହାକି ବଲିଉଡରେ ଏକ ରେକର୍ଡ ।

‘ପଠାନ’ର ପ୍ରଥମ ଦିନ ଶୋ ଲାଗି ଗୁରୁବାର ସୁଦ୍ଧା ପିଭିଆରରେ ୫୧ ହଜାର ଟିକେଟ୍ ବିକ୍ରି ହୋଇଥିବା ବେଳେ ଆଇନକ୍ସରେ ୩୮ ହଜାର ୫୦୦ ଏବଂ ସିନପଲିସିରେ ୨୭ ହଜାର ୫୦୦ ଟିକେଟ୍ ବୁକିଂ ହୋଇଛି । ୪ ବର୍ଷ ପରେ ଫିଲ୍ମ ‘ପଠାନ’ ମାଧ୍ୟମରେ ଶାହରୁଖ ସିଲଭର ସ୍କ୍ରିନକୁ ଫେରୁଛନ୍ତି । ଯେଉଁଥିରେ କିଙ୍ଗ ଖାନଙ୍କ ସହ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ୍ ଲିଡ୍ ରୋଲରେ ଅଛନ୍ତି ।

ତେବେ ‘ପଠାନ’ର ପ୍ରମୋଶନ ଶାହରୁଖ ସେତେଟା କରି ନଥିବା ବେଳେ ଫିଲ୍ମର ପ୍ରଥମ ଗୀତ ରିଲିଜ୍ ପରେ ଗେରୁଆ ରଙ୍ଗକୁ ନେଇ ବିବାଦ ଉପୁଜିଥିଲା । ଗୀତରେ ଦୀପିକା ଗେରୁଆ ରଙ୍ଗର ବିକିନିରେ ଶାହରୁଖଙ୍କ ସହ ରୋମାନ୍ସ କରୁଥିଲେ । ଯାହାକୁ ପ୍ରବଳ ବିରୋଧ ହୋଇଥିଲା । ବିରୋଧ ଭିତରେ ‘ପଠାନ’ର ଆଡଭାନ୍ସ ବଲିଉଡର ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି ।

Leave A Reply

Your email address will not be published.