Latest Odisha News

BREAKING NEWS

ଆସାମରେ ଭୂ-ସ୍ଖଳନ, ୩ ମୃତ : ବନ୍ୟା ନେଇ ସତର୍କ ସୂଚନା

ଆସାମ  : ଆସାମ ଦିମା ହସାଓ ଜିଲ୍ଲାରେ ଭୂସ୍ଖଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇସାରିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦିମା ହସାଓ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ରେଳ ଓ ସଡକପଥରେ ସମ୍ପର୍କ ବିଚ୍ଛିନ୍ନ ହୋଇଛି । ଅନେକ ସ୍ଥାନରେ ହଠାତ ଆସିଥିବା ବନ୍ୟା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଭୂସ୍ଖଳନ ଯୋଗୁ ପାହାଡିଆ ଅଞ୍ଚଳ ବେସ ପ୍ରଭାବିତ ହୋଇଛି ।

ଏଏସଡିଏମଏର ସୂଚନା ଅନିଯାୟୀ, କୁଁଜଂଗ, ଫିଆଁଗପୁଇ, ମୌଲହୋଇ, ନାମଜୁରଙ୍ଗ, ଦକ୍ଷିଣ ବଗୋତାର, ମହାଦେବ ଟିଲା, କାଲାବାଡି, ଉତ୍ତର ବଗୋତର, ସିୟୋନ, ଲୋଦି ପଙ୍ଗମୋଲରେ ଭୂସ୍ଖଳନର ସୂଚନା ମିଳିଛି । ଏହି ସମସ୍ତ ଅଞ୍ଚଳରେ ୮୦ ଘର ପ୍ରଭାବିତ ହୋଇଛି ।

ଆସାମରେ ୫ ଜିଲ୍ଲାରେ ବନ୍ୟାରେ ପାଖାପାଖି ୨୫ ହଜାର ପ୍ରଭାବିତ ହୋଇଛନ୍ତି । କଛାର କ୍ଷେତ୍ର ସବୁଠାର ଅଧିକ ପ୍ରଭାବିତ ହୋଇଛି । ଏଥିରେ ପ୍ରାୟ ୨୧ ହଜାର ପ୍ରଭାବିତ ହୋଇଛନ୍ତି । କାର୍ବି ଓଙ୍ଗଲଙ୍ଗ ପଶ୍ଚିମ ଅଞ୍ଚଳରେ ୨ ହଜାର ପଣ୍ଡିତ ଏବଂ ଧେମାଜିରେ ୬ ଶହରୁ ଅଧିକ ସାଧାରଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଦୁଇଟି ଜିଲ୍ଲାରେ ୧୦ଟି ବନ୍ୟା ଆଶ୍ରୟସ୍ଥଳୀ କରାଯାଇଛି ।

ଏସବୁରେ ଲୋକେ ଅନେକ ସଂଖ୍ୟାରେ ଆଶ୍ରୟ ନେଇଛନ୍ତି ।ପ୍ରଭାବିତ ଅଞ୍ଚଳରେ ସେନା, ଅର୍ଦ୍ଦସୈନିକ ବଳ, ଅଗ୍ନିଶମବାହିନୀ ମୁତୟନ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨ ହଜାର୨ ଶହ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଗାମୀ ୧୨ରୁ ୭୨ ଘଣ୍ଟା ପାଇଁ ଅନେକ ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି ।

Leave A Reply

Your email address will not be published.