Latest Odisha News

BREAKING NEWS

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ

ମାଲକାନଗିରି: ସହିଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ। ଆଜିଠାରୁ ଅଗଷ୍ଟ  ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି ଲାଲବାହିନୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମାଓବାଦୀ  ସଂଗଠନର ବାସଧାରା-ଘୁମଷୁର-ନାଗାବଳି ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି ।

ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରେ ମାଓବାଦୀମାନେ କୌଣସି ହିଂସାକାଣ୍ଡ କରିବା ସମ୍ଭାବନା ରହିଛି । ମାଓ ପ୍ରବଣ ଇଲାକାରେ କମ୍ବିଂ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ ।

ବିଭିନ୍ନ ଜିଲ୍ଲାରେ ସୀମା ଓ ପ୍ରବେଶ ପଥକୁ ସିଲ୍ କରି ଚେକିଂ ଓ ବ୍ଲକିଂ ଜାରି ରହିଛି । ସର୍ଚ୍ଚ ଅପରେସନ ଚଳାଇଛନ୍ତି ଏସଓଜି, ବିଏସଏଫ ଓ ସିଆରପିଏଫ ଯବାନ ।

Leave A Reply

Your email address will not be published.