Latest Odisha News

BREAKING NEWS

ଘରର ବାଲକୋନି ଗାର୍ଡେନକୁ ଏହିପରି କରନ୍ତୁ ଆଟ୍ରାକ୍ଟିଭ୍…

ଭୁବନେଶ୍ୱର: ସମସ୍ତେ ଚାହାଁନ୍ତି ନିଜ ଘରକୁ ସୁନ୍ଦର ରଖିବା ପାଇଁ । ଏଥିପାଇଁ ନିଜ ଘର ଅଗଣା ଓ ବାଲକୋନିରେ ନାନା ରଙ୍ଗ ବେରଙ୍ଗର ଫୁଲ ଲଗାଇ ଏହାର ସୁନ୍ଦରତାକୁ ଦ୍ୱିଗୁଣିତ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ଅନେକ ସମୟରେ ଫୁଲ ଓ ପତ୍ର ଶୁଖି ବାଲକୋନିରେ ଝାଉଁଳି ପଡିଥାଏ । ଫଳରେ ବାଲକୋନି ଗାର୍ଡେନର ସୁନ୍ଦରତା ନଷ୍ଟ ହୋଇଯାଏ ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ବାଲକୋନିର ଶୋଭା ନଷ୍ଟ ନହେଉ ତେବେ ଆପଣାନ୍ତୁ କିଛି ଉପାୟ…

ସୀମିତ ଛୋଟ ଛୋଟ ଫୁଲ କୁଣ୍ଡ-

ନିଜର ବାଲକୋନିକୁ ସୁନ୍ଦର ରଖିବା ପାଇଁ ସୀମିତ ସଂଖ୍ୟାରେ ଛୋଟ-ଛୋଟ ଫୁଲ କୁଣ୍ଡ ରଖନ୍ତୁ । ଆବଶ୍ୟକତା ଠାରୁ ଅଧିକ କୁଣ୍ଡ ରଖିବା ଦ୍ୱାରା ବାଲକୋନିରେ ସ୍ଥାନର ଅଭାବ ଦେଖା ଦେଇଥାଏ । ଏହା ସହିତ ଗଛ ଠିକ୍ ଭାବରେ ବଢି ପାରେ ନାହିଁ । ଏହି ପରିସ୍ଥିତିରେ ଗଛ ଗୁଡିକର ନିଜର ବାସ୍ତବିକ ବୃଦ୍ଧି ଘଟିନଥାଏ । ଏହିପରି ଅନେକ ଛୋଟ କୁଣ୍ଡ ଗୁଡିକୁ ବାଲକୋନିରେ ରଖିବା ଅପେକ୍ଷା ଅଳ୍ପ ସଂଖ୍ୟକ ବଡ କୁଣ୍ଡ ରଖନ୍ତୁ, ଏହା ଦ୍ୱାରା ଗଛ ଗୁଡିକ ଠିକ୍ ଭାବରେ ବଢିବା ସହ ଉପଯୁକ୍ତ ଜାଗା ମିଳିଯାଏ ।

ସଠିକ୍ କୁଣ୍ଡର ଚୟନ-

କୁଣ୍ଡମାନଙ୍କର ଚୟନ ନିତ୍ୟାନ୍ତ ଜରୁରୀ କାରଣ ଗଛଟିକୁ ଥରେ ଲଗାଇବା ପରେ କୁଣ୍ଡ ଅନୁସାରେ ହିଁ ଏହା ବଢିଥାଏ । ଚଉଡା କୁଣ୍ଡରେ ଗଛ ଭଲ ବଢିଥାଏ । ଧ୍ୟାମ ରଖନ୍ତୁ, କୁଣ୍ଡର ତଳ ପାଶ୍ୱର୍ରେ ଛିଦ୍ର ରହିବା ଜରୁରୀ । ଏହା ଦ୍ୱାରା କୁଣ୍ଡର ଅତିରିକ୍ତ ଜଳ ସହଜରେ ନିଷ୍କାସିତ ହୋଇପାରିବ । ଏଥି ସହିତ କୁଣ୍ଡରେ ଭରା ଯାଉଥିବା ମାଟି ଗଛ ଅନୁଯାୟୀ ଥିବା ଦରକାର । କୁଣ୍ଡରେ ମାଟି ହାଲୁକା ଭାବେ ଭରାଯିବା ଜରୁରୀ ।

ସଠିକ୍ ବୃକ୍ଷରୋପଣ-

ବାଲକୋନିକୁ ସୁନ୍ଦର ରଖିବା ପାଇଁ ସଠିକ୍ ଗଛ ମାନଙ୍କର ଚୟନ କରିବା ଜରୁରୀ । ଏଥିପାଇଁ ପୂର୍ବରୁ ନିଜ ବାଲକୋନିର ଆକାର ବିଷୟରେ ସଠିକ୍ ଭାବରେ ନିରୀକ୍ଷଣ କରି ନର୍ସରୀରୁ ଗଛ କିଣିବା ଉଚିତ୍ । ଗଛଟି କିଣିବା ପୂର୍ବରୁ ତାର ଗୁଣ ବିଷୟରେ ଅବଗତ ହେବା ଆବଶ୍ୟକ । ଯଦି ଆପଣଙ୍କ ବାଲକୋନିରେ ଅଧିକ ପରିମାଣରେ ଖରା ପଡୁଥିବ ତେବେ ସେଠି ଛାୟା ଦରକାର କରୁଥିବା ଗଛ ଲଗାଇବା ଅନୁଚିତ । ଏଥିପାଇଁ ପରିବେଶକୁ ସୁହାଉଥିବା ଗଛ ଲଗାଇବା ଉଚିତ ।

ଜଳର ସଠିକ୍ ଅନୁପାତ-

ଗଛଟି ଲଗାଇବା ପରେ ସେଥିରେ ପାଣି ଦେବା ଏକ ନିୟମିତ ପକ୍ରିୟା । ଏଥିପାଇଁ ଜଳର ପରିମାଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯଦି ଜଳର ପରିମାଣ ଅଧିକ ହୁଏ ତେବେ ଏହାର ମୂଳ ନଷ୍ଟ ହୋଇଯାଏ ଓ ଜଳର ପରିମାଣ କମିଲେ ଗଛଟି ଶୁଖି ମରିଯିବାର ଆଶଙ୍କା ରହିଥାଏ ।

କୀଟନାଶକର ଚୟନ-

ଅନେକ ସମୟରେ ଗଛରେ ରୋଗ ପୋକ ଦେଖା ଦେଇଥାଏ । ଏଥିପାଇଁ ଗଛକୁରୋଗ ପୋକରୁ ରକ୍ଷା କରିବା ପାଇଁ କୀଟନାଶକର ପ୍ରୟୋଗ ନିତ୍ୟାନ୍ତ ଅବଶ୍ୟକ । ଏଥିପାଇଁ ସଠିକ୍ କୀଟନାଶକର ପ୍ରୟୋଗ କରିବା ଉଚିତ୍ ନହେଲେ ଗଛଟି ମରିଯିବାର ଆଶଙ୍କା ରହିଛି ।

Leave A Reply

Your email address will not be published.