Latest Odisha News

BREAKING NEWS

ପୂରଣ ହେଲା ସୁପ୍ରିମକୋର୍ଟରେ ସମସ୍ତ ବିଚାରପତି ଆସନ; ଶପଥ ନେଲେ ଦୁଇ ବିଚାରପତି

ନୂଆଦିଲ୍ଲୀ: ପୂରଣ ହେଲା ସୁପ୍ରିମକୋର୍ଟରେ ସମସ୍ତ ବିଚାରପତି ଆସନ। ସୋମବାର ସୁପ୍ରିମକୋର୍ଟରେ ଦୁଇ ବିଚାରପତି ଜଷ୍ଟିସ୍ରାଜେଶ ବିନ୍ଦଲ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାର ଶପଥଗ୍ରହଣ କରିଛନ୍ତି। ଫଳରେ ସୁପ୍ରିମକୋର୍ଟରେ ଥିବା ସମସ୍ତ ୩୪ ବିଚାରପତି ଆସନ ପୂରଣ ହୋଇଛି।

ସୁପ୍ରିମକୋର୍ଟରେ ପ୍ରଧାନ ବିଚାପତିଙ୍କ ସମେତ ମୋଟ ୩୪ଟି ବିଚାରପତି ଆସନ ରହିଛି ଏହା ପୂର୍ବରୁ ୫ ବିଚାରପତି ଶପଥ ନେଇଥିଲେ। ଫଳରେ ସଂଖ୍ୟା ୩୨ ହୋଇଥିଲା। ଆଜି ଦୁଇ ଜଣ ଶପଥ ନେବା ପରେ ଦୀର୍ଘ ୯ ମାସ ପରେ ସମସ୍ତ ଆସନରେ ବିଚାରପିତ ନିଯୁକ୍ତି ଶେଷ ହୋଇଛି।

ସୋମବାର ସୁପ୍ରିମକୋର୍ଟ ବିଚାରପିତ ଭାବେ ଶପଥ ନେଇଥିବା ଜଷ୍ଟିସ୍ ବିନ୍ଦଲ ପୂର୍ବରୁ ଅଲ୍ଲାହବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ସେହିପରି ଜଷ୍ଟିସ କୁମାର ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳି ସାରିଛନ୍ତି।

ଫେବ୍ରୁଆରୀ ତାରିଖରେ ଜଣ ବିଚାରପତି ସୁପ୍ରିମକୋର୍ଟ ବିଚରାପତି ଭାବେ ଶପଥ ନେଇଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏହି ବିଚାରପତିମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ବିଚାରିପତି ହେଲେ ପଙ୍କଜ ମିଥାଲ, ସଞ୍ଜୟ କରୋଲ, ପିଭି ସଞ୍ଜୟ କୁମାର, ଅଶଦୁଦ୍ଦିନ ଅମନୁଲ୍ଲାହ ଏବଂ ମନୋଜ ମିଶ୍ର

Leave A Reply

Your email address will not be published.