Latest Odisha News

BREAKING NEWS

ଲୋକସେବା ଭବନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନ(ରାଜ୍ୟ ସଚିବାଳୟ)ରେ ଶନିବାର ଦିନ କୌଣସି କାରଣବଶତଃ ୯ଟା ବେଳେ ଅଗ୍ନିକାଣ୍ଡ ଘଟିଛି ।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଖାପାଖି ୪୫ ମି.ର ଅଦମ୍ୟ ପ୍ରୟାସ ପରେ ନିଆଁକୁ ଆୟତ୍ତ କରିପାରିଛନ୍ତି।

ମିଳିଥିବା ସୂଚନାନୁଯାୟୀ କେୟାରଟେକର ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଏଯାବତ୍ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ହସ୍ତଗତ ହୋଇପାରିନାହିଁ ।

ଆହୁରି ମଧ୍ୟ ଏସମ୍ପର୍କରେ ସୂଚନା ଦେଇ ସଚିବାଳୟର ଜଣେ କର୍ମଚାରୀ କହିଛନ୍ତି, ନିଆଁ ଲାଗିବା କାରଣରୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେନେଇ ଏଯାବତ୍ ଆକଳନ କରାଯାଇପାରିନାହିଁ ।

ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ସମ୍ପର୍କରେ ଏଯାବତ୍ ଜଣାପଡିନଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଗ୍ନିଶମ କର୍ମଚାରୀମାନେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.