Latest Odisha News

BREAKING NEWS

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଗୁଡେମ ଥାନା ଅନ୍ତର୍ଗତ କୋଟାପାଲମ୍ ଗ୍ରାମର କୋରା ପିଲ୍କୁ ପୂର୍ବରୁ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ । କିନ୍ତୁ ପରେ ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ହେଲେ ମାଓବାଦୀମାନେ କୋରା ପିଲ୍ଲୁଙ୍କୁ ପୋଲିସ ଇନଫର୍ମର ସନ୍ଦେହ କରି ହତ୍ୟା କରିଛନ୍ତି ।

କୋଟାପାଲାମ ଗାଁର ଏକ ଘରେ ଶୋଇଥିବା ବେଳେ ଆକ୍ରମଣ କରିଥିଲେ ମାଓବାଦୀ । କୋରା ପିଲ୍ଲୁଙ୍କ ଗୋଡ ଓ ହାତକୁ ଦଉଡିରେ ବାନ୍ଧିବା ପରେ ତାଙ୍କୁ ହତ୍ୟା କରିଥିଲେ ମାଓବାଦୀ । ପୋଲିସ ଇନଫର୍ମର ଭାବେ କୋରା ପିଲ୍ଲୁ କାର୍ଯ୍ୟ କରିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମାଓବାଦୀ ।

Leave A Reply

Your email address will not be published.