Latest Odisha News

BREAKING NEWS

୭ ଜିଲ୍ଲାରେ ବନ୍ଦ ଡାକରା ଦେଲେ ମାଓବାଦୀ; ଜାରି କଲେ ଅଡ଼ିଓ ଟେପ

ଭୁବନେଶ୍ୱର: ୧୨ ଦଫା ଦାବି ନେଇ  ଆସନ୍ତା ମେ’ ୧୫ ତାରିଖ  ୭ଟି  ଜିଲାରେ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଂଗଠନ  । ଏ ନେଇ ସଂଗଠନ ପକ୍ଷରୁ ଏକ ଅଡିଓ ଟେପ ଜାରି କରାଯାଇଛି ।

ରାୟଗଡ଼ା, ଗଞ୍ଜାମ,କନ୍ଧମାଳ କଳାହାଣ୍ଡି ,ବୌଦ୍ଧ ,ଗଜପତି ଓ ନୟାଗଡ଼ ଜିଲ୍ଲାରେ ଏହି ବନ୍ଦ ଡାକରା ଦେଇଛି ସଂଗଠନ। ଏହି ବନ୍ଦ ପାଳନ ଦିନ ଅତ୍ୟାଵଶ୍ୟକୀୟ ତଥା ମେଡିକାଲ, ଆମ୍ବୁଲାନ୍ସ,, ମେଡିକାଲ ଷ୍ଟୋର, କ୍ଷୀର ଗାଡ଼ି ଓ ପରୀକ୍ଷାକୁ  ବାଦ ଦେବା ନିମନ୍ତେ ଅଡିଓ ଟେପ ମାଧ୍ୟମରେ କୁହାଯାଇଛି ।

ମାଓବାଦୀ ସଂଗଠନ ପକ୍ଷରୁ ଅଡିଓ ମାଧ୍ୟମରେ କୁହାଯାଇଛି, ଯୋଗ୍ୟ ଗରିବ ଆଦିବାସୀ ଚାଷୀମୁଲିଆଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ଵା ବିଜୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆ ଯାଉ  । PDS ଚାଉଳ ସହ ତେଲ, ଡାଲି, ଲୁଣ ମାଗଣାରେ ଦିଆ ଯାଉ  । ପ୍ରତ୍ୟେକ ଗାଁକୁ ରାସ୍ତା ପାନୀୟ ଜଳ ଓ ମାଗଣାରେ ୧୦୦ unit ଯାଏଁ ବିଜୁଳି, ପ୍ରତି ପଞ୍ଚାୟତରେ ଡାକ୍ତର ଖାନା ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି,ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା, ପିଲା କମ କହି ବନ୍ଦ କରାଯାଇଥିବା ବିଦ୍ୟାଳୟ ପୁଣି ଖୋଲିବା, ଖାଲି ଥିବା ଶିକ୍ଷକ ପଦବୀ   ତୁରନ୍ତ ପୂରଣ କରିବା, ଦଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାସିକ ୩୦୦୦ ଟଙ୍କା ଛାତ୍ରବୃତ୍ତି ସହ ମାଗଣାରେରେ ଉଚ୍ଚଶିକ୍ଷା ଦେବା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୩୦୦୦ କୁ ବୃଦ୍ଧି କରିବା,  ଦାଦନ ପ୍ରଥା ରୋକିବା,  ବେକାରୀ ଭତ୍ତା ମାସକୁ ୩୦୦୦ ପ୍ରଦାନ କରିବା ପାଇଁ ମାଓବାଦୀ ସଂଗଠନ ପକ୍ଷରୁ ଦାବି କରିବା।

ମନେରେଗା ଯୋଜନାରେ ବର୍ଷକୁ ୨୦୦ ଦିନ ଏବଂ ଦିନକୁ ମଜୁରୀ ୬୦୦ ପ୍ରଦାନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ମାଓବାଦୀ ସଂଗଠନ । ସିଆଳି ପତ୍ର ଓ କେନ୍ଦୁପତ୍ର ଉପରୁ GST ଉଠେଇ ସମସ୍ତ ଜଂଗଲିଯାତ ଦ୍ରବ୍ୟର ଉଚିତ ମୁଲ୍ୟ ଓ ଚାଷୀଙ୍କୁ ପେନସନ ପ୍ରଦାନ ସହ ଚାଷୀ ଋଣ ଛାଡ଼ ଓ ପ୍ରତି ବ୍ଲକରେ ଗୋଟିଏ ଶୀତଳ ଭଣ୍ଡାର ଖୋଲିବା ଓ ବିସ୍ଥାପନ ବନ୍ଦ କରି ରାଜ୍ୟରେ ବକ୍ସାଇଟ, କୋଇଲା ଲୁଟ କରୁଥିବା ବହୁଦେଶୀୟ କମ୍ପାନୀର ଲିଜ ବାତିଲ କରିବା ଓ ସେଇ ଜାଗାରେ ଜଙ୍ଗଲ ଜାତ ଦ୍ରବ୍ୟ ଲଗାଇବା ନିମନ୍ତେ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଛି ।  ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକଙ୍କ ଦାବି ତୁରନ୍ତ ମାନି ନିଅନ୍ତୁ ବୋଲି ଦାବି ଉଲ୍ଲେଖ କରିଛନ୍ତି।

୧୫ ତାରିଖ ଦିନ ବନ୍ଦ ପାଳନ ସଫଳ କରିବାକୁ ସହଯୋଗ କରିବା ନିମନ୍ତେ ନିବେଦନ କରିଛନ୍ତି ମାଓବାଦୀ ।

 

Leave A Reply

Your email address will not be published.