Latest Odisha News

BREAKING NEWS

ଝାରସୁଗୁଡ଼ା ଉପନିର୍ବାଚନ, କାଲି ସକାଳ ୮ଟାରୁ ୧୪ ଟେବୁଲରେ ୧୯ ରାଉଣ୍ଡ ଗଣତି

ଭୁବନେଶ୍ୱର: ଶନିବାର କଡ଼ା ସୁରକ୍ଷା ମଧ୍ୟରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ଗଣତି । ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ୍ ଗଣତି କରାଯିବ । ୧୦ ତାରିଖରେ ଉପନିର୍ବାଚନ ଭୋଟ୍ ଗ୍ରହଣରେ ୭୯.୨୧ ପ୍ରତିଶତ ମତଦାନ ହୋଇଥିଲା ।

ଆସନ୍ତାକାଲି ଭୋଟ୍ ଗଣତି ହେବ । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, ୧୪ଟି ଟେବୁଲରେ ୧୯ ରାଉଣ୍ଡ ଭୋଟ୍ ଗଣତି କରାଯିବ । ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଷ୍ଟ୍ରଙ୍ଗ ରୁମ୍ କ୍ୟାମ୍ପସରେ ଗଣତି ହେବ ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜାନୁଆରୀ ୨୯ରେ ଗୁଳି କରି ହତ୍ୟା ପରେ ହୋଇଥିବା ଉପନିର୍ବାଚନରେ ୭୯.୨୧ ପ୍ରତିଶତ ମତଦାନ ହୋଇଛି । ୮୦ ପ୍ରତିଶତ ପୁରୁଷ ଭୋଟ୍ ଦେଇଥିବା ବେଳେ ୭୭.୯୬ ପ୍ରତିଶତ ମହିଳା ମତଦାନ କରିଥିଲେ ।

Leave A Reply

Your email address will not be published.