Latest Odisha News

BREAKING NEWS

ପୁଣି ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଗୃହ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଲଗାତାର ପଞ୍ଚମ ଦିନ ଲାଗି ହଟ୍ଟଗୋଳ ଲାଗି ରହିଛି । ସକାଳେ ବିରୋଧୀ-ଶାସକ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏ ମୁଲତବି ରଖିଥିଲେ । ମଧ୍ୟାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣ ହୋହଲ୍ଲା କରିଥିଲେ ସଦସ୍ୟ ଫଳରେ ବାଚସ୍ପତି ଗୃହକୁ ଦିନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ।

ଏଥିସହ ପଢ଼ନ୍ତୁ- ୫ ଦିନ ହେଲା ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ, ଆଜି ବି ଗୃହ କାର୍ଯ୍ୟ ଆରମ୍ଭରୁ ମୁଲତବି

ବିରୋଧୀ ଧାନ ମଣ୍ଡି ପ୍ରସଙ୍ଗରେ ସରକାରଙ୍କ ଠାରୁ ଜବାବ ଚାହୁଁଥିବା ବେଳେ ଶାସକ ବିଜେଡି ବିରୋଧୀ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଅଡ଼ି ବସିଛି । ଏସବୁ ଭିତରେ ଗଲା ୫ ଦିନ ହେଲା ବିଧାନସଭା ଚାଲିପାରୁନି । ଅନ୍ୟପଟେ ଦେବଗଡ଼ ବିଜେପି ବିଧାୟକ କ୍ଷମା ମାଗିବା ଦାବି କରୁଥିବା ବିଜେଡି ଏନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ରାଜଭବନ ଯାଇଛି ।

Leave A Reply

Your email address will not be published.