Latest Odisha News

BREAKING NEWS

ଦେବଦାସ ଛୋଟରାୟଙ୍କ ‘ ବିଜୁବାବୁ ‘ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ବର : ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ ପୁସ୍ତକ “ବିଜୁବାବୁ” ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ୱାରା ପ୍ରକାଶିତ ଏ ପୁସ୍ତକ , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କିତ ଅନେକ ରୋଚକ ତଥ୍ୟ ଓ ପ୍ରେରଣାଦାୟୀ ସ୍ମୃତିକୁ ଏକାଠି ନେଇ ରଚିତ ହୋଇଛି । ଏହା ସହ ଏହି ପୁସ୍ତକରେ ୬୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କୁ ନେଇ ୪୫ଟି ଛୋଟ ସ୍ମୃତିକଥା ସହ ଚାରିଗୋଟି ବିରଳ ଫଟୋଚିତ୍ର ସ୍ଥାନିତ ହୋଇଛି । ଆଗ୍ରହୀ ପାଠକ ଏହାକୁ ଅନଲାଇନ ମାଧ୍ୟମରେ କିଣିପାରିବେ ବୋଲି ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.