Latest Odisha News

BREAKING NEWS

୫ଥର ଗ୍ରାଣ୍ଡ ସ୍ଲାମ ବିଜେତା ମାରିଆ ଶାରାପୋଭା ଟେନିସକୁ ଅଲବିଦା କହିଲେ

ମସ୍କୋ: ୫ଥର ଗ୍ରାଣ୍ଡସ୍ଲାମ ବିଜେତା ରୁଷୀୟ ଖେଳାଳି ମାରିଆ ଶାରାପୋଭା ବୁଧବାର ଟେନିସକୁ ଅଲବିଦା କହିଛନ୍ତି । ୩୨ ବର୍ଷୀୟ ଏହି ଟେନିସ ଖେଳାଳୀ ଶେଷଥର ପାଇଁ ଅଷ୍ଟେ୍ରଲିଆନ ଓପନରେ ଖେଳିଥିଲେ । ଏଥିରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ । ଟେନିସ ଲାଗ ମୁଁ ମୋ ଜୀବନରେ ସବୁ କିଛି ପାଇଛି ।

ନିଷିଦ୍ଧ ଡ୍ରଗ୍ସ ସେବନ କରି ସେ ୩ ବର୍ଷ ପାଇଁ ଟେନିସରୁ ବାସନ୍ଦ ହୋଇଥିଲେ । ପ୍ରତ୍ୟାବର୍ତନ ପରେ ସେ ପୂର୍ବଭଳି ଖେଳି ପାରି ନ ଥିଲେ । ବୟସ ଏବଂ ଆଘାତ ସମସ୍ୟା ଯୋଗୁ ମୁଁ ଅବସର ନେବା ପାଇଁ ନିଷ୍ପତି ନେଲି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.