Latest Odisha News

ସମୟ କାଟିବା ପାଇଁ ଶାରାପୋଭା ଟୁଇଟରରେ ଫୋନ ନଂ ଶେୟାର କଲେ

ମସ୍କୋ: ରୁଷିଆର ପୂର୍ବତନ ଟେନିସ ଖେଳାଳି ମାରିଆ ଶାରାପୋଭା ଏବେ କରୋନା ଭାଇରସ ସଂକ୍ରମଣରୁ ନିଜକୁ ଦୂରେଇ ରଖିଛନ୍ତି । ଆଇସୋଲେଶନ ରହିବା ପରେ ତାଙ୍କ ସମୟ କାଟୁ ନ ଥିବାରୁ ସେ ନିଜର ଟୁଇଟରରେ ଫୋନ ନମ୍ବର ଶେୟାର କରିଥିଲେ । ଏଥିରେ ତାଙ୍କୁ ମେସେଜ କରିବା ପାଇଁ ସେ ଅନୁରୋଧ କରିଥିଲେ । ଏହା ପରେ ପ୍ରଶଂସକଙ୍କ ମେସେଜ ଆସିବା ଆରମ୍ଭ ହୋଇ ଯାଇଥିଲା ।

୪୦ ଘଂଟାରେ ୨.୨ ମିଲିୟନ ମେସେଜ ତାଙ୍କ ପାଖକୁ ଆସିଥିଲା । ଏମାନଙ୍କ ମେସେଜର ଉତର ଦେଉ ଦେଉ ମୋ ସମୟ କଟିଯିବ ବୋଲି ହସି କରି ଶାରାପୋଭା କହିଥିଲେ ।

Leave A Reply

Your email address will not be published.