Latest Odisha News

ପ୍ରବଳ ଗହଳି ଯୋଗୁଁ ସିଲ୍ ହେଲା ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର: ରାତି ପାହିଲେ ରଜ । ମାର୍କେଟ୍ ବିଲ୍ଡିଂରେ ଅସମ୍ଭବ ଗହଳି । ମାର୍କେଟ୍ ବିଲ୍ଡିଂରେ କୌଣସି କରୋନା କଟକଣା କିମ୍ବା ସାମାଜିକ ଦୂରତାକୁ କୌଣସି ବ୍ୟକ୍ତି ମାନୁନଥିବାର ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ମାର୍କେଟ୍ ବିଲ୍ଡିଂ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ, ରଜ ଲାଗି ଶୁକ୍ରବାର ସକାଳୁ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ମାକେର୍ଟ ମାର୍କେଟ୍ ବିଲ୍ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଜୋନାଲ୍ ଡେପୁଟି କମିଶନର୍ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦେଇଛନ୍ତି ।

ମାର୍କେଟ୍ ବିଲ୍ଡିଂରେ ପ୍ରବଳ ଗହଳି ଯୋଗୁଁ ପ୍ରାୟ ଅଧିକାଂଶ ଦୋକାନରେ ସାମାଜିକ ଦୂରତାକୁ ଗ୍ରାହକ ମାନେ ମାନି ନଥିଲେ । କରୋନା କଟକଣା ଯୋଗୁଁ ରହିଥିବା ନିୟମ ପାଳନ କରିନଥିବା ଯୋଗୁଁ ଅନେକ ଦୋକାନୀଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି ।

ମାର୍କେଟ ବିଲ୍ଡିଂ ଚାରିପାଖରେ ଏବେ ପୋଲିସ ମୂତୟନ ହୋଇଥିବାର ଖବର ମିଳିଛି ।

Leave A Reply

Your email address will not be published.