Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଋଷ-ୟୁକ୍ରେନ ଯୁଦ୍ଧ: ସାଟେଲାଇଟ ଇମେଜରେ ମାରିୟୁପୋଲରେ ଗଣ ଜନସମାଧିର ସତ

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୮ ଦିନରେ ପହଞ୍ଚିଛି । ୫୭ ଦିନର ସଂଘର୍ଷ ପରେ ଋଷ କବଜାରେ ମାରିୟୁପୋଲ । ଧ୍ୱଂସ ପ୍ରାପ୍ତ ବନ୍ଦର ସହରକୁ ଅକ୍ତିଆର କରିଥିବା ବେଳେ ମାରିୟୁପୋଲରେ ଗଣ କବର । ବନ୍ଦର ସହରରେ ଘମାଘୋଟ ଯୁଦ୍ଧ ପରେ ସାମ୍ନାକୁ ଆସିଛି ଛାତିଥରା ଚିତ୍ର । ସାଟେଲାଇଟ ଇମେଜରେ ଗଣ ଜନସମାଧିର ସତ ।

ପୋର୍ଟସିଟିରେ ଗଣ ହତ୍ୟାକାଣ୍ଡ ଲୁଚାଇବା ପାଇଁ ଋଷ ସୈନ୍ୟ ପ୍ରାୟ ୯ ହଜାର ସାଧାରଣ ନାଗରିକଙ୍କୁ ଗଣ କବର ଦେଇଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି । ମାରିୟୁପୋଲରେ ୨ ଶହରୁ ଅଧିକ ଗଣ କବର ଦିଆଯାଇଥିବା ମକ୍ସର ଟେକ୍ନୋଲୋଜି ଜାରି କରିଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି ।

ସେପଟେ ମାରିୟୁପୋଲରୁ ୩ଟି ବସରେ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇ ଜାପୋରିଜାଝିଆ ନିଆଯାଇଛି । ପୁଟିନଙ୍କ କ୍ରିମିଆରୁ ଋଷ ପର୍ଯ୍ୟନ୍ତ ଲ୍ୟାଣ୍ଡ ବ୍ରିଜ ଯୋଜନା ଯୋଗୁ ପୋର୍ଟସିଟିରେ ଆହୁରି ଜୋରଦାର ଆଟାକ ହୋଇପାରେ ବୋଲି ଆଶଙ୍କା କରିଛି ୟୁକ୍ରେନ । ପୁରା ସହରରେ ଏୟାର ଷ୍ଟ୍ରାଇକ ଆଲର୍ଟ ଜାରି କରାଯାଇଛି ।

ଯୁଦ୍ଧକୁ ୫୮ ଦିନ ହୋଇଥିବା ବେଳେ ଆକ୍ରମଣକୁ ଆହୁରି ଜୋରଦାର କରିଛି ମସ୍କୋ । ଯୁଦ୍ଧ ମୁକାବିଲା ଲାଗି ୟୁକ୍ରେନକୁ ଆହୁରି ଯୁଦ୍ଧାସ୍ତ୍ର ଯୋଗାଇବାକୁ ସାରାବିଶ୍ବକୁ ନିବେଦନ କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ବିଶ୍ବର ବିଭିନ୍ନ ରାଷ୍ଟ୍ର ଋଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ପ୍ରତି ଜବାବରେ କେତେକ ରାଷ୍ଟ୍ର ଉପରେ କଟକଣା ଜାରି କରିଛି ଋଷ ।

Leave A Reply

Your email address will not be published.