Latest Odisha News

BREAKING NEWS

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଚାରିଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଭୋର ପ୍ରାୟ ୩ଟା ୪୦ମି. ସମୟରେ ମୁମ୍ବ୍ରାର କୋଉଶୁଆ ସ୍ଥିତ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତିନୋଟି ଫାୟାର ଇଞ୍ଜିନ୍ ଏବଂ ପାଞ୍ଚଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 

ସୂଚନା ଅନୁଯାୟୀ ୨୦ ଜଣ ରୋଗୀଙ୍କୁ ଡାକ୍ତରଖାନାରୁ ଉଦ୍ଧାର କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଆଇସିୟୁରେ ଥିଲେ। ଏଥିରେ କେହି କୋଭିଡ ରୋଗୀ ନଥିବା ଜଣାପଡ଼ିଛି।

Leave A Reply

Your email address will not be published.