Latest Odisha News

BREAKING NEWS

ପରିବା ମାର୍କେଟରେ ନିଆଁ, ୪୦ ଦୋକାନ ଛାରଖାର

ଜୟପୁର(କୋରାପୁଟ): ପରିବା ମାର୍କେଟରେ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା ୪୦ ଦୋକାନ। କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିଦ୍ୟାଧର ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ପରିବା ବଜାର ସମ୍ପୂର୍ଣ୍ଣ  ଛାରଖାର ହୋଇ ଯାଇଛି।

ଗତକାଲି ରାତି ପାଖାପାଖି ୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକ। ଖବରପାଇ ପହଞ୍ଚି ଥିଲା ଅଗ୍ନିଶମ ବାହିନୀ। ବହୁ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡିନି ।

୪୦ ରୁ ୫୦ ଦୋକାନ ସମ୍ପୂର୍ଣ୍ଣ ପୋଡି ଯାଇଛି। ଅନେକ ପରିବା ନିଆଁରେ ପୋଡି ନଷ୍ଟ ହୋଇଯାଇଛ। ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ବ୍ୟବସାୟୀ।

Comments are closed.