Latest Odisha News

BREAKING NEWS

ସନେଟ : ହେ ରାମ

ମଧୁମିତା ମିଶ୍ର

କୌଶଲ୍ୟା ନନ୍ଦନ ରାଜୀବ ଲୋଚନ ତୁମେ ପୁରୁଷଉତ୍ତମ
ସଜୀବ ନିର୍ଜୀବ ଅଣୁ ପରାଜୀବ ସବୁ ସଂରଚନା ତୁମ।
ଦୁବ ଦାରୁ କରି ମହିମା ବିସ୍ତାରି ଭକତର ହିତକାରୀ
ରାଜା ହୋଇ ମନ ମଧ୍ୟେ ତୁମେ ସ୍ଥିତ ତ୍ରେତାଯୁଗ ନରହରି।

ଶିବଧନୁ ଭଙ୍ଗେ ଜାନକୀଙ୍କ ସଙ୍ଗେ ଏକପତ୍ନୀବ୍ରତେ ରଙ୍ଗି
ନିଶା ଶେଷେ ଆଶା ଭରସା ସବୁରି ଗଲା କ୍ଷଣିକରେ ଭାଙ୍ଗି।
ପିତା ବଚନରେ ବନବାସ ଯାତ ଦୈତ୍ୟ ବିଧ୍ଵଂଶ କାରଣ
ଅହଲ୍ୟା ତାରଣ କୈବର୍ତ୍ତୋଦ୍ଧାରଣ ଶବର୍ୟୋଛିଷ୍ଟ ଭକ୍ଷଣ।

ଅଗ୍ନିର ପରୀକ୍ଷା ରାଜକାର୍ଯ୍ୟ ଦୀକ୍ଷା ରଜକ କଟାକ୍ଷ ଶିକ୍ଷା
ଗର୍ଭିଣୀ ସଙ୍ଗିନୀ ବିରହେ ରହଣୀ ପୁଣି ରାଜପୁତ୍ରେ ଭିକ୍ଷା।
ସତୀ ଶିରୋମଣି ଗମନେ ଧରଣୀ ବିରହପୂର୍ଣ୍ଣ ଜୀବନୀ
ନାରଦଙ୍କ ଶାପ ଫଳିଲା ମର୍ତ୍ତ୍ୟରେ ସନ୍ତାପରେ ରଘୁମଣି।

ସତ୍ୟ ଧର୍ମ ନ୍ୟାୟ ପଥେ ରଖି ଲୟ ହନୁ ଲଭିଲା ଅଭୟ
ଶ୍ରୀରାମ ନାମରେ ଜୀବନ ଜୀବନ୍ତ ଦୁରେଇ ଯାଏ ସଂଶୟ ।

 

Leave A Reply

Your email address will not be published.