Latest Odisha News

BREAKING NEWS

ଏପରି ମନ୍ଦିର ଯେଉଁଠି ସନ୍ଧ୍ୟା ହେବା ମାତ୍ରେ ଆପଣାଛାଏଁ ପଡ଼େ ପହଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତକୁ ସାଧୁ ସନ୍ଥଙ୍କ ଦେଶ ବୋଲି କୁହାଯାଏ। ଏହା ସହିତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠାଇବାରେ କେହି ସକ୍ଷମ ହୋଇନାହାନ୍ତି। ଆଜି ସେମିତି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବୁ ଯାହା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଉତ୍ତରପ୍ରଦେଶର ମଥୁରା ଜିଲାରେ ଅବସ୍ଥିତ ଶ୍ରୀକୃଷ୍ଣ ମନ୍ଦିର ଏକ ଗୁରୁତ୍ୱପୂର୍ଣ୍ଣ ତଥା ଧାର୍ମିକ ଏବଂ ଐତିହାସିକ ସ୍ଥାନ। ଭଗବାନ କୃଷ୍ଣଙ୍କ ଲୀଳା ଏହି ମନ୍ଦିର ସହ ଜଡ଼ିତ। ଏହି ମନ୍ଦିରର ବିଶେଷତ୍ତ୍ୱ ହେଲା ଏହାର କବାଟ ଆପଣାଛାଏଁ ଖୋଲି ଆପଣାଛାଏଁ ବନ୍ଦ ହୁଏ। ଏହି ମନ୍ଦିର ରଙ୍ଗମହଲ ନାମରେ ବି ଜଣାଶୁଣା।

ବିଶ୍ୱାସ କରାଯାଏ, ଭଗବାନ କୃଷ୍ଣ ଏଠାରେ ରାତିରେ ବିଶ୍ରାମ ନେଇଥାନ୍ତି। ପ୍ରତିଦିନ ପ୍ରସାଦ ମନ୍ଦିରରେ ରଖାଯାଏ। ଏହା ବ୍ୟତୀତ ଭଗବାନ କୃଷ୍ଣ ଶୋଇବା ପାଇଁ ଏକ ଶଯ୍ୟା କରାଯାଏ। ସକାଳେ ଯେତେବେଳେ ମନ୍ଦିର ଖୋଲେ ଦେଖାଯାଏ କେହି ଏହି ଶଯ୍ୟା ଉପରେ ଶୋଇଥିଲେ ଏବଂ ପ୍ରସାଦ ବି ଗ୍ରହଣ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅନ୍ଧାର ହେବା ମାତ୍ରେ ଏହି ମନ୍ଦିରର କବାଟଗୁଡ଼ିକ ସ୍ବୟଂ ଭାବରେ ବନ୍ଦ ହୋଇଯାଏ। ଏପରି କାହିଁକି ହୁଏ ତାହା ଆଜି ବି ରହସ୍ୟମୟ ହୋଇ ରହିଯାଇଛି।

Leave A Reply

Your email address will not be published.