Latest Odisha News

BREAKING NEWS

ମାଟ୍ରିକ ସାର୍ଟିଫିକେଟ୍ ତ୍ରୁଟି ସଂଶୋଧନ ଲାଗି ସୁଯୋଗ, ଆଜିଠାରୁ ୧୪ ମଧ୍ୟରେ ହେବ ତ୍ରୁଟି ସଂଶୋଧନ

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ କରିଥିବା ସ୍କୁଲର କିଛି ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏହାକୁ ନଜରରେ ରଖି ବୋର୍ଡ ପକ୍ଷରୁ ମାଟ୍ରିକ ସାର୍ଟିଫିକେଟ୍ ତ୍ରୁଟି ସଂଶୋଧନ ଲାଗି ସୁଯୋଗ ଦିଆଯାଇଛି। ଜୁଲାଇ ୫ ତାରିଖରୁ ୧୪ ତାରିଖ ମଧ୍ୟରେ ବୋର୍ଡ ଦ୍ୱାରା ସଂଶୋଧନ ପ୍ରକ୍ରିୟା କରାଯିବ। ଯଦି ପାସ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ କୌଣସି ତ୍ରୁଟିଥାଏ, ତାହେଲେ ଏହାକୁ ସଂଶୋଧନ କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ବିସ୍ତୃତ ଭାବେ ଜଣାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ବିଦ୍ୟାଳୟ ସ୍ତରରେ ଉକ୍ତ ଆବେଦନ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଏବଂ ରାଜ୍ୟର କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଆଜି ବୋର୍ଡର ଜୋନ ଅଫିସରେ ଆବେଦନ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି। ସୂଚନାଥାଉକି କଟକ ଜିଲ୍ଲା ଅସୁରେଶ୍ୱର ୫ଟି ହାଇସ୍କୁଲର ୬୯ ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ରେ ଥିବା ଫଟୋରେ ତ୍ରୁଟି ଥିଲା। ଫଳରେ ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ସେମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

Comments are closed.