Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ ।

ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁ଼ଲ ଶିକ୍ଷକ ନିଯୁକ୍ତ ହେବେ । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୬ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।

୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ । ପ୍ରଥମ ପଦ୍ଧତି ହେଲା ସମେଟିଭ୍-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ । ଦ୍ୱିତୀୟ ପଦ୍ଧତି ହେଲା ସମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ ।

ତୃତୀୟ ପଦ୍ଧତି ହେଲା ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମେଟିଭ୍ ୧ରୁ ୩୦% , ସମେଟିଭ୍-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ । ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ରଖିବେ, ସେଇଟି ଚୂଡ଼ାନ୍ତ ହେବ କହିଲେ ମୁଖ୍ୟ ସଚିବ ।

Comments are closed, but trackbacks and pingbacks are open.