Latest Odisha News

BREAKING NEWS

”ତୁମେ ପଞ୍ଜାବ ବାସୀଙ୍କ ହୃଦୟ ଜିତିଛ” କହି ଭଗବନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଲେ କପିଲ୍ ଶର୍ମା

ମୁମ୍ୱାଇ : ଭଗବନ୍ତ ମାନଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଇଲେ କପିଲ୍ ଶର୍ମା । କମେଡିଆନ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଭଗବନ୍ତ। ହେଲେ ଏବେ ପଞ୍ଜାବରେ ଆମ ଆଦମୀ ପାର୍ଟି ବାଜିମାତ କରିବା ପରେ ସିଏମ୍ ଫେସ୍ ହେଉଛନ୍ତି ଭଗବନ୍ତ ମାନ । ଆପ୍ ରୁ ନିର୍ବାଚନ ଲଢୁଥିବା ପଞ୍ଜାବ ବିଧାନସଭା ଆସନରେ ବହୁ ଜନମତରେ ବିଜୟ ହାସଲ କରିଛନ୍ତି ଭଗବନ୍ତ  ।

ଟିଭି ସୋ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜରେ ବହୁତ ଲୋକପ୍ରିୟତା ମିଳିଥିଲା ଭଗବନ୍ତଙ୍କୁ । ତା’ ଛଡା ଅନେକ କମେଡି ସୋରେ ଦର୍ଶକଙ୍କୁ ମତୁଆଲା କରୁଥିଲେ ଭଗବନ୍ତ । ଗୋଟିଏ ସୋରେ କପିଲଙ୍କ ସହ ଭଗବନ୍ତ ମଧ୍ୟ ଭାଗ ନେଇଥିଲେ । ଏବେ ଭଗବନ୍ତ ନିର୍ବାଚନ ଜିତିବା ପରେ କପିଲ ତାଙ୍କ ଇଷ୍ଟାଗ୍ରାମରେ ଭଗବନ୍ତ ଫଟୋ ପୋଷ୍ଟ କରି ଢେରସାରା ଶୁଭେଚ୍ଛା ଜଣାଇଛନ୍ତି ଭଗବନ୍ତ ।ଏହି ଫଟୋଟି କପିଲଙ୍କ ବାହାଘର ସମୟର ।

ଏଥିରେ କପିଲଙ୍କ ଓ ଗିନିଙ୍କ ସହ ଭଗବନ୍ତ ମାନ ବସି ରହିଛନ୍ତି । ଭଗବନ୍ତ ପଞ୍ଜାବକୁ ପ୍ରଗତୀ ପଥର ଆଗୋଇ ନିଅନ୍ତୁ ବୋଲି କପିଲ ଶୁଭେଚ୍ଛା ଜଣାଇଛନ୍ତି । ପ୍ରସିଦ୍ଧ ହାସ୍ୟ ଅଭିନେତା ଭଗବନ୍ତ ମାନଙ୍କ ନେତୃତ୍ୱରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ।

Comments are closed, but trackbacks and pingbacks are open.