Latest Odisha News

BREAKING NEWS

ଆସନ୍ତାକାଲିଠୁଁ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

କଟକ : ରାଜ୍ୟରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୮ ତାରିଖରୁ ଆରମ୍ଭ ହେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସାରା ରାଜ୍ୟରେ ପ୍ରାୟ ୧୨୨ଟି କେନ୍ଦ୍ରରେ ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ଜଣାପଡିଛି ।

ଅପରପକ୍ଷରେ ଓଡିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ପ୍ରାୟ ୫୪ଟି କେନ୍ଦ୍ର କରାଯାଇଥିବାବେଳେ ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି ।

ଆହୁରି ମଧ୍ୟ ପ୍ରଶ୍ନପତ୍ରର ସୁରକ୍ଷା ଲାଗି କେନ୍ଦ୍ରଗୁଡିକରେ ଟାଇଟ୍ ସୁକ୍ୟୁରିଟି ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମେ’ ୨୧ ତାରିଖରେ ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଥିଲା ।

Leave A Reply

Your email address will not be published.