Latest Odisha News

BREAKING NEWS

ମେଣ୍ଟକୁ ମାୟାବତୀଙ୍କ ନା; ‘ଲୋକସଭା ନିର୍ବାଚନ ଏକାକୀ ଲଢିବ ବିଏସପି’

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଘୋଷଣା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଏହା ଭିତରେ ଲୋକସଭା ନିର୍ବାଚନକୁ ନେଇ ବହୁଜନ ସମାଜ ପାର୍ଟି ବଡ ଘୋଷଣା କରିଛି । ବିଏସପି ନିର୍ବାଚନରେ ଏକାକୀ ଲଢିବ ବୋଲି ଦଳ ସୁପ୍ରିମୋ ମାୟାବତୀ ସୂଚନା ଦେଇଛନ୍ତି । ଯାହାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଉପରେ ପୂର୍ଣ୍ଣଚ୍ଛେଦ ପଡିଛି ।

ମାୟାବତୀ କହିଛନ୍ତି, ‘ବିଏସପି ଏକାକୀ ନିଜ ଶକ୍ତି ଅନୁଯାୟୀ ନିର୍ବାଚନ ଲଢିବ ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିବ । ଏହି ନିଷ୍ପତ୍ତିରେ ଆମେ ଅଟଳ । କୌଣସି ତୃତୀୟ ସାମ୍ମୁଖ୍ୟ କିମ୍ବା କାହା ସହିତ କୌଣସି ମେଣ୍ଟ କରିବ ନାହିଁ ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି । ଏହାସହ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମିଡିଆ ଏପରି ମିଛ ଖବର ଦେଇ ନିଜର ବିଶ୍ୱସନୀୟତା ହରାଇବା ଉଚିତ୍ ନୁହେଁ । ଲୋକମାନେ ମଧ୍ୟ ସାବଧାନ ହେବା ଉଚିତ୍’ ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ନିର୍ବାଚନ ଘୋଷଣା ପରେ ମାୟାବତୀଙ୍କ ଦଳ ଇଣ୍ଡିଆ ମେଣ୍ଟରେ ସାମିଲ ହେବ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି କାରଣରୁ ବିଏସପି ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରୁନାହିଁ । ଅନ୍ୟପକ୍ଷରେ କଂଗ୍ରେସ ଏବଂ ସପା ପ୍ରାର୍ଥୀଙ୍କ ନାମ ଘୋଷଣା ବିଳମ୍ବ ହେବା ପଛର କାରଣ ମଧ୍ୟ କୁହାଯାଉଥିଲା । ହେଲେ ଆଜି ସମସ୍ତ ଗୁଜବ ର ଅନ୍ତ ଘଟାଇଛନ୍ତି ମାୟାବତୀ ।

Leave A Reply

Your email address will not be published.