Latest Odisha News

ଗ୍ରାମସଭାରେ କାହିଁକି ରାଗିଗଲେ ମେୟର? ବିଧାୟକଙ୍କ ଉପସ୍ଥିତିରେ ହେଲା ଯୁକ୍ତିତର୍କ

ଭୁବନେଶ୍ୱର: ଗ୍ରାମସଭା ବେଳେ ରାଗିଗଲେ ଭୁବନେଶ୍ୱର ମେୟର। ସ୍ଥାନୀୟ ବାସିନ୍ଦା, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ବଚସା। ପାଟି ତୁଣ୍ଡରେ କମ୍ପିଲା ଅଞ୍ଚଳ। ବିଧାୟକ ବାବୁ ସିଂଙ୍କ ଉପସ୍ଥିତିରେ ହେଲା ଯୁକ୍ତିତର୍କ। ୨୪ ବର୍ଷ ଭିତରେ ସରକାର କିଛି କରିନାହାଁନ୍ତି ବୋଲି ଗ୍ରାମସଭାରେ ଲୋକ କଲେ ଅଭିଯୋଗ। ଏହାକୁ ନେଇ ଚିହିଁକି ଉଠିଲେ ମେୟର ସୁଲୋଚନ ଦାସ।

ସୂଚନା ଅନୁସାରେ ଏକାମ୍ର ନିର୍ବାଚନ ମଣ୍ଡଳୀର ୨୪ ନମ୍ବର ୱାର୍ଡରେ ଗ୍ରାମସଭା ଡକାଯାଇଥିଲା। ସେହି ଅଞ୍ଚଳରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଦାବି କରିଥିଲ ସ୍ଥାନୀୟ ଲୋକେ। ଏଥିରେ ଅନେକ ଯୁକ୍ତିତର୍କ ଏବଂ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ପରେ ମେୟର କହିଲେ ଯାହା କାମ ହୋଇଛି ୨୪ ବର୍ଷରେ ହୋଇଛି। ଗ୍ରାମସଭାରେ ରାଜନୀତି କରନ୍ତୁନି ବୋଲି କହି ରାଗିଗଲେ ମେୟର। ଏହି ଆଲୋଚନା ସମୟରେ ଏଭଳି ଯୁକ୍ତି ତର୍କ ଦେଖିବାକୁ ମିଳିଛି। ତେବେ ଏନେଇ ମେୟରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.