Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧି ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି: ବର୍ଷିଲେ ସାଂସଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧି ଏବେ ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି । ଗତକାଲି ବାରିପଦାରେ ଚାଲିଥିଲା ଆଦିରନ ମାରାଥନ ।  ଏହି କାର୍ଯ୍ୟକ୍ରମରେ ଉଭୟେ ପିନ୍ଧିଥିଲେ ଟି-ସର୍ଟ । ଉଭୟଙ୍କ ଟି-ସର୍ଟରେ ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ।

ରାଜ୍ୟ ସରକାରଙ୍କର ଏଇ ଦୁଇ ଅଧିକାରୀଙ୍କ ଟି-ସର୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ  କଡା ସମାଲୋଚନା କରିଛନ୍ତି । ଏସପି ଭିନୀତ ଭରଦ୍ୱାଜଙ୍କ ଏପରି ଟି ସର୍ଟ ପିନ୍ଧିବା  ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହାସ୍ୟାସ୍ପଦ ବୋଲି କହିଛନ୍ତି ଅପରାଜିତା ।

ସାଂସଦ ଟୁଇଟ କରି କହିଛନ୍ତି, ‘ ଜଣେ ପ୍ରଶାସନିକ ଅଧିକାରୀ ଏଇ ସ୍ତରକୁ ଯାଇ ପାରନ୍ତି ! ହେଲେ, ଏମିତି ଦିନ ସବୁଦିନ ରହିବ ନାହିଁ । ଅଧିକାରୀ ଜଣକ ମନେ ରଖିବା ଉଚିତ ଯେ, ସବୁ ଦିନ ଋତୁ ସମାନ ରହିବ ନାହିଁ । ଆଉ ଯେତେବେଳେ ଋତୁ ବଦଳିବ କ’ଣ କରିବ ବୋଲି ପ୍ରଶ୍ନ କରିଛନ୍ତି ।

ଏଠି କହି ରଖିବୁ, ମୟୂରଭଞ୍ଜ ଜିଲ୍ଲାପାଳ ଭୀନିତ ଭରଦ୍ୱାଜଙ୍କ ବିରୋଧରେ ଅନେକ ଅଭଯୋଗ ରହିଛି । ୨୦୧୨ କ୍ୟାଡର ଆଇପିଏସ ଭିନୀତଙ୍କର ସାଢେ ୫ ବର୍ଷ ହେଲା ହେବ ଏଠାରୁ ତାଙ୍କର ବଦଳି ହୋଇନାହିଁ । ଏତେ ବର୍ଷ ଧରି ରହିବା ସର୍ବ ଭାରତୀୟ ସର୍ଭିସ ରୁଲର ଖୋଲା ଉଲ୍ଲଘଂନ  । ତାଙ୍କର ବଦଳି ଦାବିରେ ପୂର୍ବରୁ ଭଞ୍ଜ ସେନା ଓ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା ।

ଅନ୍ୟପକ୍ଷେ ବିଜେପି ସାଂସଦ ଅପରାଜିତା ପୂର୍ବରୁ ପ୍ରଶାସନିକ ଅଧିକାରୀମାନେ ଦଳୀୟ କାର୍ଯକ୍ରମରେ ସାମିଲ ହେଉଥିବା ଘଟଣାକୁ ନେଇ ସମାଲୋଚନା କରିଥିଲେ । ଏହା ପୂର୍ବରୁ ଏପରି ଅନେକ ଭିଡିଓ ସେ ସେୟାର କରି ପ୍ରଶାସନିକ ଅଧିକାରୀମାନେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ନେଇ କହିଥିଲେ ।

ଏହା ପୂର୍ବରୁ ଜଣେ ସରକାରୀ ଅଧିକାରୀ ବିଜୁ ଯୁବ ଜନତା ଦଳ ମିଟିଂରେ ସମ୍ବୋଧନ କରୁଥିବା  ଭିଡିଓ ମଧ୍ୟ ସାସଂଦ ସେୟାର କରିଥିଲେ । ଆଉ ଏକ ଭିଡିଓ ମଧ୍ୟ ସାଂସଦ ଅପରାଜିତା ସେୟାର କରିଥିଲେ ଯେଉଁଥିରେ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକର୍ତ୍ତାମାନଙ୍କୁ ବିଜେଡି ଏମଏଲଏ କଥା ମାନିବା ପାଇଁ ଶପଥ ପାଠ କରାଉଥିବା ଦେଖିବାକୁ  ମିଳିଥିଲା ।

ଏହା ପୂର୍ବରୁ ଅର୍ଥ ଗତ ମାସରେ ସାଂସଦ ଅପରାଜିତା ୫ଟି ସେକ୍ରେଟେରୀଙ୍କ ହେଲିକପ୍ଟର ଗସ୍ତକୁ ନେଇ କଡା ସମାଲୋଚନା କରିଥିଲେ । ୫ଟି ସଚିବ ୩୦ରୁ ୪୦ କିମି ଯିବା ପାଁଇ ହେଲିକପ୍ଟର ବ୍ୟବହାର କରୁଥିବାରୁ ଏହାକୁ ନେଇ ସେ କଟି ମନ୍ତବ୍ୟ ଦେଇଥିଲେ ।

Leave A Reply

Your email address will not be published.