Latest Odisha News

BREAKING NEWS

ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା : ଚାଲିଗଲା ୭ ଜୀବନ

ଚେନ୍ନାଇ: ବାଟରେ ଛକି ବସିଥିଲା ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା  ଗୋଟିଏ ପରିବାରର ୭ ଜୀବନ । ରାସ୍ତାରେ ଖଣ୍ତ ବିଖଣ୍ତିତ ହୋଇ ପଡିଥିଲା ମୃତଦେହ । ଦୃତଗତିରେ ଏକ ଟ୍ରକ ଆସି ଧକ୍କା ଦେବାରୁ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ତାମିଲନାଡୁର ତିରୁପଟ୍ଟୁ ଜିଲ୍ଲାରେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ମେଡି଼କାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ, ତାମିଲନାଡୁର ତିରୁପଟ୍ଟୁ ଜିଲ୍ଲାର କିଛି ଲୋକ ଏକ ଭ୍ୟାନରେ ଯାଉଥିବା ସମୟରେ ହଠତ୍ ରାସ୍ତା ମଝିରେ ଭ୍ୟାନଟି ଖରାପ ହୋଇଯାଇଥିଲା । ଦୀର୍ଘ ସମୟ ଧରି ଗାଡି ଠିକ୍ ନହେବାରୁ ଯାତ୍ରୀମାନେ ଗାଡିରୁ ଓହ୍ଲାଇ ରାସ୍ତାକଡରେ ବସିଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କର ଜୀବନ ଚାଲିଯାଇଛି । ଏନେଇ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.