ଭୁବନେଶ୍ବର:ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରାଜ୍ୟରେ ଜାରି ରହିଛି । ଏହି ଗରମରୁ ରକ୍ଷା ପାଇବା ପାଇଁ ଘରେ ଏସି ଲାଗିବା ମଧ୍ୟ ଆରମ୍ଭ ହୋଇଯାଇଛି । ଧ୍ୟାନ ଦେଇଥିବେ ଲୋକେ ଏସି ସମ୍ବନ୍ଧରେ କଥା ହେଲା ବେଳେ ଟନ୍(Ton) ଶବ୍ଦ ବ୍ୟବହାର କରନ୍ତି । ସମସ୍ତେ ପଚାରନ୍ତି ଘରେ କେତେ ଟନ୍ ର ଏସି ଲାଗିଛି? ଆପଣ କେବେ ଭାବିଛନ୍ତି କି AC ସହିତ ବ୍ୟବହୃତ ‘ଟନ୍’ ଶବ୍ଦର ଅର୍ଥ କ’ଣ? ଅନେକ ଲୋକ ଟନ୍ ଶବ୍ଦକୁ AC ର ଓଜନ ସହିତ ଜଡିତ କରନ୍ତି, କିନ୍ତୁ ଟନ୍ ଓଜନ ସହିତ ନୁହେଁ ବରଂ କୁଲିଂ ସହିତ ଜଡିତ।
ଯଦି ଆପଣ ଏକ ନୂତନ ଏସି କିଣିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ଟନ୍ ର ସଠିକ୍ ଅର୍ଥ କ’ଣ ସେ ବିଷୟରେ ସଠିକ୍ ସୂଚନା ରହିବା ଉଚିତ? ଟନ୍ ସିଧାସଳଖ କୁଲିଂ କ୍ଷମତା ସହିତ ଜଡିତ, ତେଣୁ ଏସି କିଣିବା ସମୟରେ ଟନ୍ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ସରଳ ଭାଷାରେ କହିବାକୁ ଗଲେ, ଅଧିକ ଟନ୍ ର ଅର୍ଥ ହେଉଛି ଯେ, ଏସି ଅଧିକ ଏରିଆକୁ ଭଲ ଭାବରେ ଥଣ୍ଡା କରିପାରିବ।
ଗୋଟିଏ ଛୋଟ ରୁମ୍ ପାଇଁ, ୧ ଟନ୍ ଏସି ମଧ୍ୟ ଯଥେଷ୍ଟ, କିନ୍ତୁ ଯଦି ରୁମ୍ ଟି ବଡ଼, ତେବେ ଅତି କମରେ ୧.୫ ଟନ୍ କିମ୍ବା ୨ ଟନ୍ କୁଲିଂ କ୍ଷମତା ବିଶିଷ୍ଟ ଏସି କିଣିବା ଉଚିତ୍ । ୧ ଟନ୍ କ୍ଷମତା ବିଶିଷ୍ଟ ଏକ ଏସି ଗୋଟିଏ ଘଣ୍ଟାରେ ୧୨୦୦୦ BTU (ବ୍ରିଟିଶ୍ ଥର୍ମାଲ୍ ୟୁନିଟ୍) ତାପ ଅପସାରଣ କରିପାରିବ।
୧.୫ ଟନ୍ କୁଲିଂ କ୍ଷମତା ବିଶିଷ୍ଟ ଏସି ବିଷୟରେ କହିବାକୁ ଗଲେ, ଏହି ଏସି ୧୮୦୦୦ ବିଟିୟୁ (ବ୍ରିଟିଶ୍ ଥର୍ମାଲ୍ ୟୁନିଟ୍) ତାପ ଅପସାରଣ କରିପାରିବ। ଏକ ୨ ଟନ୍ ଏୟାର କଣ୍ଡିସନର ୨୪୦୦୦ BTU (ବ୍ରିଟିଶ୍ ଥର୍ମାଲ୍ ୟୁନିଟ୍) ତାପ ଅପସାରଣ କରିପାରିବ।
ଯେତେବେଳେ ଆପଣ ଏକ AC କିଣିବାକୁ ଯିବେ,ଧ୍ୟାନରେ ରଖିବେ ଯେ କେତେ ଟନ୍ ର ଏସି କିଣିବେ ଯାହା ଆପଣଙ୍କ ରୁମ୍ କୁ ଥଣ୍ଡା ରଖିବ । ଯଦି ଆପଣ ରୁମ୍ ର ଆକାର ଅନୁସାରେ ଭୁଲ ଟନର ଏସି କିଣିଦେବେ, ତେବେ ଟଙ୍କା ତ ନଷ୍ଟ ହେବ ଏବଂ ଆପଣଙ୍କୁ କୁଲିଂ ମଧ୍ୟ ମିଳିବ ନାହିଁ।
Comments are closed.