Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆରଆଇ ବାବୁ, ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍

କେନ୍ଦୁଝର: ବର୍ଷ ଆରମ୍ଭରୁ ଆକ୍ସନ ମୋଡରେ ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଜାଲରେ ପଡିଲେ ଆରଆଇ ବାବୁ । ଜମି ମ୍ୟୁଟେସନ ପାଇଁ ୨୦ ହଜାର ଲାଞ୍ଚ ନେବାବେଳେ ବିଲେଇପଦା ଆରଆଇ ମୀର୍ ମହମ୍ମଦ ଖାନ୍‌ଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ମୀର୍ ମହମ୍ମଦ ଖାନ୍‌ଙ୍କ ସରକାରୀ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅଧୀନ ବିଲେପଦା ରାଜସ୍ୱ ନିରୀକ୍ଷକ ମୀର୍ ମହମ୍ମଦ ଖାନ୍ ଦେଓଝର ଗ୍ରାମର ଧ୍ରୁବରାଜ ହେମ୍ବ୍ରମଙ୍କ ଜମି ମ୍ୟୁଟେସନ କାମ କରିବା ନିମନ୍ତେ ତାଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଶ୍ରୀ ହେମ୍ବ୍ରମ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଆରଆଇ ଶ୍ରୀ ଖାନ୍ ୨୦ ହଜାର ଲାଞ୍ଚ ନେବାବେଳେ ଛକି ବସିଥିବା ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ଖାନ୍ ଙ୍କ ତେଲକୋଇର ପୈତ୍ରୁକ ବାସ ଭବନ ସମେତ ତିନୋଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.