Latest Odisha News

BREAKING NEWS

ପୋଖରୀରେ ବୁଡି ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ଯାଜପୁର: ପୋଖରୀରେ ବୁଡି ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଲାଲବାଗ କୁଳସାହି ଗ୍ରାମରେ ଘଟିଛି ଏଭଳି ଅଘଟଣ। ମୃତକ ଦୁଇ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ସମ୍ପର୍କରେ ଉଭୟେ ଭାଇ ଭଉଣି ବୋଲି ସୂଚନା ମିଳିଛି ।

ଗ୍ରାମର ମାନସ ଜେନାଙ୍କ ୩ବର୍ଷ ର ପୁଅ କାହ୍ନା ଓ ମିଥୁନ ଜେନାଙ୍କ ୨ବର୍ଷ ଝିଅ ରୂପା ଘର ପାଖରେ ଖେଳୁଥିବା ସମୟରେ ପୋଖରୀରେ ବୁଡି ଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ମଙ୍ଗଳପୁର ମେଡିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ସେଠାରେ ଡାକ୍ତର ଦୁଇ ଭାଇ ଭଉଣୀ ଙ୍କୁ ମୃତ ଘୋଷଣା କରିଛନ୍ତି। ଘରେ ମା ରୋଷେଇରେ ବ୍ୟସ୍ତ ଥିବା ବେଳେ ପିଲା ପୋଖରୀ ପାଖକୁ ଖେଳିବାକୁ ଯାଇ ଏପରି ଅଘଟଣ ଘଟିଛି। ମଙ୍ଗଳପୁର ପୋଲିସ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.