Latest Odisha News

ବିନା ପ୍ରେସକ୍ରିପସନ ରେ ଆଉ ମିଳିବନି ପ୍ରେଷ୍ଟିସାଇଡ: କୃଷି ସଚିବ

ଭୁବନେଶ୍ବର: ବିନା ପ୍ରେସକ୍ରିପସନ ରେ ମିଳିବନି ପ୍ରେଷ୍ଟିସାଇଡ । ପରିବେଶ, କୃଷି ଓ ଲୋକଙ୍କ ସୁରକ୍ଷାକୁ ନେଇ ଏହି ପଦକ୍ଷେପ ନେବାରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । କୃଷି ଓ କୃଷି ସହ ଅନୁବନ୍ଧିତ କ୍ଷେତ୍ର ସମେତ ବୈଜ୍ଞାନିକ, ଓୟୁଏଟି ପରି ଶାଖାରୁ ପ୍ରେସକ୍ରିପସନ ଆସିବ । ତେବେ ଖୁବ ଶୀଘ୍ର ଏହାର ଗାଇଡଲାଇନ ଆସିବ ଯେ କିଏ ସବୁ ପ୍ରେସକ୍ରିପସନ ଦେଇ ପାରିବ । ଲୋକଙ୍କୁ ସଚେତନ କରିବା ପରେ ଏନଫୋର୍ସମେଣ୍ଟ ଧୀରେ ଧୀରେ ବଢିବ ।

 

ସେହିପରି ପାରାକୁଏଟ ଏପରି ଏକ କୀଟନାଶକ ଯାହାର ଆଣ୍ଟି ଡଟ ନାହିଁ । ତେଣୁ ଯଦି କେହି ଭୁଲ ରେ ବି ଏହାକୁ ସେବନ କଲେ, ମୃତ୍ୟୁ ନିଶ୍ଚିତ । ହେଲେ ଏହା କୃଷି କ୍ଷେତ୍ରରେ ବ୍ୟବହାର ହେଉଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହା ପ୍ରଥମେ ଦୁଇ ମାସ ଓ ପରେ ଅଧିକ ଏକ ମାସ ପାଇଁ ବ୍ୟାନ କରିଥିଲୁ ।

 

ଏହାର ରିପୋର୍ଟ ଜିଲ୍ଲା ଓ ଅନ୍ୟ କ୍ଷେତ୍ରରୁ ଅଣାଯାଇଛି ଯେ ଏହା ଆତ୍ମହତ୍ୟା ପାଇଁ ବ୍ୟବହାର ହେଉଛି । ତେଣୁ ଓଡ଼ିଶା ସୀମାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏହାପରେ କେନ୍ଦ୍ରକୁ ଚିଠି ଲେଖାଯାଇଛି ।

Leave A Reply

Your email address will not be published.