କୋହିମା: ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆଜି ହେଉଛି । ଆଉ ଏଥର ନିର୍ବାଚନରେ ନାଗାଲାଣ୍ଡର ଲୋକ ନୂଆ ଇତିହାସ ଲେଖିଛନ୍ତି । ନାଗାଲାଣ୍ଡ ରାଜ୍ୟ ଗଠନ ପର ଠାରୁ କେହି ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇ ନଥିଲେ ।
ଏଥର ବିଜେପିର ସହଯୋଗୀ ଏନଡିପିପି ପାର୍ଟିର ପ୍ରାର୍ଥୀ ହେକାନି ଜଖାଲୁ ଦିମାପୁର-୩ ବିଧାନସଭା ଆସନରୁ ବିଜୟ ଲାଭ କରି ନୂଆ ଇତିହାସ ରଚିଛନ୍ତି । ଦିମାପୁର-୩ ଆସନରୁ ଲୋକ ଜନଶକ୍ତି ପାର୍ଟିର ୱାଇ. ଭିଖେଓ ଆୱୋମିଙ୍କୁ ୧୫୩୬ ଭୋଟରେ ହରାଇ ବିଜୟୀ ହୋଇଛନ୍ତି ହେକାନି ଜଖାଲୁ ।
୪୮ ବର୍ଷୀୟ ଜଖାଲୁ ସାନ୍ ଫ୍ରାନ୍ସିକୋରେ ଏଲ୍ଏଲ୍ଏମ୍ କରିଛନ୍ତି । ଦିଲ୍ଲୀର ଏକ ଆଇନ୍ ସଂସ୍ଥାରେ କିଛି ବର୍ଷ କାମ କରିବା ପରେ ନାଗାଲାଣ୍ଡରେ ୟୁଥ୍ ନେଟ୍ ଏନଜିଓ ଆରମ୍ଭ କରିଥିଲେ । ୨୦୧୯ରେ କେନ୍ଦ୍ର ସରକାରଙ୍କ ଠାରୁ ପାଇଥିଲେ ନାରୀ ଶକ୍ତି ପୁରସ୍କାର ।
Comments are closed.