Latest Odisha News

ହାର୍ଟଆଟାକ ପରେ ସୁସ୍ଥ ହେଲେ ସୁସ୍ମିତା ସେନ

ମୁମ୍ବାଇ: ପୂର୍ବତନ ମିସ ୟୁନିଭର୍ସ ଓ ପ୍ରତିଷ୍ଠିତ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ହାର୍ଟ ଆଟାକ ଆସିଥିଲା । ଏଞ୍ଜିୟୋପ୍ଲାଷ୍ଟି କରିବା ପରେ ସେ ଏବେ ସୁସ୍ଥ ଅଛନ୍ତି । ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ମେସେଜ ଦେଇ ଏ ସମ୍ପର୍କରେ ଜଣାଇଥିଲେ । ଏହା ବ୍ୟତୀତ ପ୍ରଶଂସକଙ୍କୁ ନିଜର ହାର୍ଟ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । କିଛି ଦିନ ତଳେ ମୋତେ ହାର୍ଟ ଆଟାକ ଆସିଥିଲା । ଭଗବାନଙ୍କ କୃପାରୁ ମୁଁ ବଂଚିଯାଇଛି ବୋଲି ସେ କହିଛନ୍ତି । ୧୯୯୪ରେ ମିସ ୟୁନିଭର୍ସ ହେବା ପରେ ସୁସ୍ମିତାଙ୍କୁ ଅନେକ ଫିଲ୍ମର ଅଫର ଆସିଥିଲା । ସେ ମହେଶ ଭଟ୍ଟଙ୍କ ଦସ୍ତକ ମାଧ୍ୟମରେ ଫିଲ୍ମ ଦୁନିଆରେ ପଦାର୍ପଣ କରିଥିଲେ ।

୨୦୧୦ ପରଠାରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିଠାରୁ ଦୂରେଇ ଯାଇଥିଲେ । ତାଙ୍କର ଶେଷ ଫିଲ୍ମ ଥିଲା ଦୁହ୍ଲା ମିଲ ଗୟା । ୨୦୨୦ରେ ଓଟିଟି ୱେବସିରିଜ ସୂର୍ଯ୍ୟା ମାଧ୍ୟମରେ ଅଭିନୟ ଜଗତକୁ ପ୍ରତ୍ୟାବର୍ତନ କରିଥିଲେ । ଏହାର ସଫଳତାରେ ପରେ ୨୦୨୧ ଆର୍ଯ୍ୟ ୨ଓ ଏବେ ତୃତୀୟ ପାର୍ଟର ଶୁଟିଂ ଚାଲିଛି ।

Leave A Reply

Your email address will not be published.