Latest Odisha News

ଦିନେ ଚା’ ବଗିଚାରେ କାମ କରୁଥିଲେ, ଆଜି ମୋଦି କ୍ୟାବିନେଟରେ ମନ୍ତ୍ରୀ

ନୂଆଦିଲ୍ଲୀ: ଦିନ ଥିଲା ପେଟ ପାଇଁ ସେ ଚା’ ବଗିଚାରେ କାମ କରୁଥିଲେ । ସାଧାରଣ ଗରିବ ପରିବାରରେ ଜନ୍ମ ହୋଇଥିବାରି ରୋଜଗାର ପାଇଁ ଚା ବଗିଚାରେ କାମ କରୁଥିଲେ । ପାଖାପାଖି ଦୁଇ ଦଶନ୍ଧି ଧରି ଶ୍ରମିକ ଭାବରେ ଖଟିଛନ୍ତି । ଆଜି ସେ ମୋଦି ସରକାରରେ ମନ୍ତ୍ରୀ । ଗତକାଲି ଶପଥ ନେଇଥିଲେ ଓ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆମେ କହୁଛୁ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲାଙ୍କ କଥା । ଚା ବଗିଚାରୁ ସଂସଦ ଭବନ ଓ ଏବେ କେନ୍ଦ୍ରରେ ମନ୍ତ୍ରୀ । ସଂଘର୍ଷମୟ ଥିଲା ତାଙ୍କର ଜୀବନ କାହାଣୀ ।

ପଶ୍ଚିମବଙ୍ଗ ଆଲିପୁରଦ୍ୱାର ସାଂସଦ ଜନ୍ ବାର୍ଲା । ତାଙ୍କ ଜୀବନ କାହାଣୀ ଅଦ୍ଭୁତ ଓ ଅସାଧାରଣ । ଜଲପାଇଗୁଡ଼ି ଜିଲ୍ଲାର ବନାରହାଟ ଲକ୍ଷ୍ମୀପାରା ବାସିନ୍ଦା ଜନ୍ ବାର୍ଲା । ମହାବୀର ହିନ୍ଦି ହାଇସ୍କୁଲରେ ଅଷ୍ଟମ ଯାଏ ପଢ଼ିଥିଲେ । ଗରିବର କୁଠାରଘାତ ଯୋଗୁ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା । ଚା ବଗିଚାର କାମ ଆରମ୍ଭ କରିଥିଲେ ଜନ୍ ବାର୍ଲା ।

୨୦୦୭ରେ ଚା ବଗିଚାରେ ଅସ୍ଥାୟୀ ଡ୍ରାଇଭର ଭାବରେ କାମ ଆରମ୍ଭ କରିଥିଲେ । ସବୁବେଳେ ରାଜନୀତି ପ୍ରତି ତାଙ୍କର ରୁଚି ରହିଥିଲା । ପରେ ଗୋରଖଲାଣ୍ଡ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଜନ୍ ବାର୍ଲା । ଧିରେ ଧିରେ ଆଦିବାସୀ ସମାଜର ଜଣେ ଉଦୀୟମାନ ଚେହେରା ଭାବରେ ଉଭା ହୋଇଥିଲେ । ୨୦୧୪ରେ ସାମିଲ ହୋଇଥିଲେ ଓ ୨୦୧୯ରେ ତାଙ୍କୁ ଦଳ ଦେଇଥିଲା ଟିକେଟ୍ । ଅଲିଦ୍ୱାରପୁର ଆସନରୁ ବିଜୟୀ ହୋଇ ଲୋକସଭା ଆସିଥିଲେ ଜନ୍ ବାର୍ଲା ।

Leave A Reply

Your email address will not be published.