Latest Odisha News

BREAKING NEWS

ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଲା ଚୀନ, ତାଇୱାନ କଥାରେ ମୁଣ୍ଡ ପୂରାଇଲେ ଧ୍ୱଂସ କରିଦେବୁ

ବେଜିଂ: ଚୀନ ଆଜି ତାର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଇଛି । ଜାପାନ ଯଦି ତାଇୱାନ କଥାରେ ସୀମା ଉଲ୍ଲଂଘନ କରେ ତାହାହେଲେ ବିପଦକୁ ନିମନ୍ତ୍ରଣ କରିବ । ଆମେ ଚାହିଁଲେ ଜାପାନକୁ ଧ୍ୱଂସ କରିଦେବୁ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ଜାପାନ ଉପ ପ୍ରଧାନମନ୍ତ୍ରୀ ତାରୋ ଆସୋ ତାଇୱାନକୁ ଆବଶ୍ୟକ ପଡିଲେ ସମସ୍ତ ପ୍ରକାର ସହଯୋଗ କରାଯିବ କହିବା ପରେ ଚୀନ ଏହି ଧମକ ଦେଇଛି । ତାଇୱାନ ପ୍ରସଙ୍ଗରେ କୌଣସି ପ୍ରକାରର ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ ବୋଲି ଚୀନ ପ୍ରବକ୍ତା ଝାଓ ଲିଲିଆନ କହିଛନ୍ତି ।

Leave A Reply

Your email address will not be published.