Latest Odisha News

BREAKING NEWS

ପୂର୍ବତଟ ରେଳପଥର ମେମୁ ଟ୍ରେନ ସେବା: କଟକକୁ ଯୋଗାଯୋଗ କରିବ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନ

ଭୁବନେଶ୍ୱର: ମେମୁ ଟ୍ରେନ ସେବା ଆରମ୍ଭ କରିବାକୁ ପୂର୍ବତଟ ରେଲୱେ କଟକ ସହିତ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନକୁ ଯୋଗାଯୋଗ କରିବାର ନିଷ୍ପତ୍ତି ଗ୍ରହଣ କରିଛି ।

କଟକ ଓ ପୁରୀ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବା ସହିତ ଏହା କଟକ-ପାରାଦ୍ୱୀପ (୫୮୪୧୬) ଟ୍ରେନ ମାଧ୍ୟମରେ ପାସେଞ୍ଜର ଏବଂ ପୁରୀ-କଟକ (୬୮୪୧୬) ମାଧ୍ୟମରେ ଚଳାଚଳ କରିବ । ଏହା ସେପ୍ଟେମ୍ବର ୨୮ ତାରିଖଠାରୁ ଆରମ୍ଭ ହେବ । ଏହା ଫେରିବା ଦିଗରେ ପରିବର୍ତ୍ତନ ହୋଇ କଟକ-ପୁରୀ (୫୮୪୧୫) ପାସେଞ୍ଜର ଟ୍ରେନ ଏବଂ କଟକ-ପୁରୀ (୬୮୪୧୫) ମେମୁ ଟ୍ରେନ ଭାବେ ସେପ୍ଟେମ୍ବର ୨୯ ତାରିଖରେ ଚଳାଚଳ ଆରମ୍ଭ କରିବ ।

ସେହିପରି କଟକ ଓ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ ପରିବର୍ତ୍ତନ ହୋଇ ୫୮୪୩୬ / ୫୮୪୩୫ ଏବଂ ୫୮୪୨୪ / ୮୫୪୨୩ କଟକ-ଭଦ୍ରକ-କଟକ ପାସେଞ୍ଜର ଟ୍ରେନ ଭାବେ ଚଳାଚଳ କରିବ । ଏହା ଫେରିବା ବେଳେ ୬୮୪୩୬ /୬୮୪୩୫ ଟ୍ରେନ ଭାବେ ଚଳାଚଳ କରିବ ବୋଲି ସୂଚନା ମିଳିଛି । କଟକ ଓ ପାରାଦ୍ୱୀପ ମଧ୍ୟରେ କଟକ-ପାରାଦ୍ୱୀପ (୬୮୪୧୫) ପାସେଞ୍ଜର ଟ୍ରେନ ଭାବେ ଚଳାଚଳ କରୁଥିବା ଟ୍ରେନ ଫେରିବା ଦିଗରେ କଟକ-ପାରାଦ୍ୱୀପ (୬୮୪୦୧) ପାସେଞ୍ଜର ଟ୍ରେନ ହୋଇ ସେପ୍ଟେମ୍ବର ୨୮ ତାରିଖରୁ ଚଳାଚଳ କରିବ ।

ସେହିପରି ଏହା ଫେରିବା ଦିଗରେ ପରିବର୍ତ୍ତନ ହୋଇ ପାରାଦ୍ୱୀପ-କଟକ (୫୮୪୦୨) ପାସେଞ୍ଜର ଟ୍ରେନ ୬୮୪୦୨ ପାରାଦ୍ୱୀପ-କଟକ ମେମୁ ଟ୍ରେନ ହୋଇ ଚଳାଚଳ କରିବ ।

ସମସ୍ତ ମେମୁ ଟ୍ରେନ ଗୁଡ଼ିକ ପାସେଞ୍ଜର ଟ୍ରେନର ନିର୍ଘଣ୍ଟ ସୂଚୀ ଅନୁଯାୟୀ ଚଳାଚଳ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.