Latest Odisha News

ଖସୁଛି ପାରଦ, ରାଜ୍ୟରେ ବଢୁଛି ଶୀତ: ୧୨°C ତଳେ ୬ଟି ସହରର ତାପମାତ୍ରା

ଭୁବନେଶ୍ୱର: ବର୍ଷା ଛାଡ଼ିବା ପରେ ରାଜ୍ୟରେ ଶୀତ ବଢ଼ିଛି । ୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳକୁ ଖସିଛି । କ୍ରମାଗତ ଚତୁର୍ଥ ଦିନରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୨°C ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଦାରିଙ୍ଗବାଡି ୯.୫°C, ଫୁଲବାଣୀ ୯.୮°C,  କୋରାପୁଟ ୧୦.୬°C, ଅନୁଗୁଳ ୧୦.୮°C, ଭବାନୀପାଟଣା ୧୧.୦°C ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱରରେ କମୁଛି ରାତିରେ ତାତି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୧୭.୪°C ଓ କଟକରେ ୧୬.୪°C ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର । ଆଗକୁ ରାଜ୍ୟରେ ବଢିଛି ଶୀତ ଲହରି ।

Leave A Reply

Your email address will not be published.