ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬ ଡିଗ୍ରୀ ତଳକୁ ଖସିଛି ସର୍ବନିମ୍ନ ତାପମାତ୍ରା । ୫.୮ ଡିଗ୍ରୀ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ଫୁଲବାଣୀ ।
ସେହିପରି ଝାରସୁଗୁଡ଼ାରେ ୭.୬, ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୮.୫, କେନ୍ଦୁଝରରେ ୯.୯ ଡିଗ୍ରୀ ସେଲସିୟସ୍ ରହିଛି ।
#୧୧ଡ଼ିଗ୍ରୀ ତଳେ #୯ସ୍ଥାନରେ ପାରଦ
୫.୮ ଡ଼ିଗ୍ରୀ ସହ #ଫୁଲବାଣୀ ଓଡ଼ିଶାର ଶୀତଳ ସହର #ଝାରସୁଗୁଡା ୭.୬ #ଦାରିଙ୍ଗବାଡି ୮.୦ #ସୁନ୍ଦରଗଡ ୮.୫ #କେନ୍ଦୁଝର ୯.୯ #ବଲାଙ୍ଗୀର ୧୦.୦ #ସୋନପୁର ୧୦.୨ #ଭବାନୀପାଟଣା ୧୦.୫ଏବଂ #ସମ୍ବଲପୁର ୧୦.୮ ଡ଼ିଗ୍ରୀ #ଭୁବନେଶ୍ୱର ରେ ୧୬.୦ ଡ଼ିଗ୍ରୀ ଏବଂ #କଟକ ଠାରେ ୧୫ ଡ଼ିଗ୍ରୀ ରେକର୍ଡ pic.twitter.com/4TIUQ01qYY— Meteorological Centre, Bhubaneswar (@mcbbsr) January 16, 2021
ବଲାଙ୍ଗିରରେ ୧୦, ସୋନପୁରରେ ୧୦.୨, ଭବାନୀପାଟଣାରେ ୧୦.୫, ସମ୍ୱଲପୁରରେ ୧୦.୮ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହୋଇଛି । ଏହି ସମୟରେ କଟକରେ ୧୫ ଓ ଭୁବନେଶ୍ୱରରେ ରାତିରେ ତାପମାତ୍ରା ରହିଥିଲା ୧୬ ଡିଗ୍ରୀ ସେଲସିୟସ୍ ।
Comments are closed.