Latest Odisha News

BREAKING NEWS

ହୋର୍ଡିଂରେ ମେସେଜ୍‌: ଲୋକେ ଦେଖି ଆଶ୍ଚର୍ଯ୍ୟ

ନୋଏଡ଼ା : ସୋସିଆଲ ମିଡ଼ିଆରେ ଏମିତି କିଛି ଜିନିଷ ଦେଖିବାକୁ ମିଳେ, ଯାହାକୁ ଆଖି ବି ବିଶ୍ୱାସ କରିପାରେନି । ଏବେ ସୋସିଆଲ ମିଡ଼ିଆରେ ଏକ ହୋର୍ଡ଼ିଂର ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

BjdElectrycity

ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ନୋଏଡ଼ାର ରାସ୍ତା କଡ଼ରେ ଏକ ହୋର୍ଡ଼ିଂ ଲଗାଯାଇଛି । ଆଉ ସେଥିରେ ‘ଆଇ ଆମ୍ ସରି ସଞ୍ଜୁ । ଆଇ ୱିଲ୍ ନେଭର ଏଭର ହର୍ଟ ୟୁ ଏଗେନ୍ ୟୋର ସୁସ୍‌’ ବୋଲି ଲେଖାଯିବା ସହ ଦୁଇ ଜଣ ଶିଶୁଙ୍କ ଫଟୋ ମଧ୍ୟ ରହିଛି । ଏହାକୁ ଦେଖିବା ପରେ ଲୋକଙ୍କ ମଧ୍ୟରେ ଏହା ଗର୍ଲଫ୍ରେଣ୍ଡ ଏବଂ ବୟଫ୍ରେଣ୍ଡଙ୍କ ପ୍ରେମ ବୋଲି ଆଲୋଚନା ଜୋର ଧରିଲା । ଏହାକୁ ନେଇ ଲୋକେ ନକରାତ୍ମକ ମତ ମଧ୍ୟ ଦେବାକୁ ଲାଗିଲେ । ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିଲା ।

ବାସ୍ତବରେ ଏହି ହୋର୍ଡ଼ିଂଟି ନୋଏଡା ସେକ୍ଟର ୧୨୫ରେ ଓଖ୍‌ଲା ବାର୍ଡ ସେଞ୍ଚୁରୀ ମେଟ୍ରୋ ଷ୍ଟେଶନ ପାଖରେ ଲଗାଯାଇଛି । ଏକ ହୋର୍ଡିଂରେ ୨ ଶିଶୁଙ୍କ ଫଟୋ ଲଗାଯାଇ କିଛି ମେସେଜ୍ ଲେଖାଯାଇଛି । ଏପରି ମେସେଜ୍ ପରିବାରର ହଜିଯାଇଥିବା ୨ ଶିଶୁଙ୍କ ପାଇଁ ଲେଖାଯାଇଛି । ହୋର୍ଡିଂରେ ଉକ୍ତ ୨ ଶିଶୁଙ୍କ ଫଟୋ ମଧ୍ୟ ରହିଛିି । ଏହି ଫଟୋ ଭାଇରାଲ ହେବା କ୍ଷତି ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବା ପରେ ନୋଏଡ଼ା ପ୍ରାଧିକରଣ ଏହି ହୋର୍ଡିଂକୁ ସେଠାରୁ ହଟାଇଦେଇଛି ।

Leave A Reply

Your email address will not be published.