Latest Odisha News

BREAKING NEWS

ଜୁନରେ ଓଡ଼ିଶାର ଜିଏସଟି ଆଦାୟରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଗତବର୍ଷ ଜୁନ୍ ମାସ ତୁଳନାରେ ୨୦୨୩ ଜୁନ୍ ମାସରେ ଓଡ଼ିଶାର ଜିଏସଟି ଆଦାୟ ବଢ଼ିଛି । ଗତବର୍ଷ ଜୁନ୍ ତୁଳନାରେ ଜିଏସିଟ ସଂଗ୍ରହ ୨୫.୧୩ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୨୩ ଜୁନ୍ ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ବାବଦକୁ ୧୭୩୨.୪୯ କୋଟି ସଂଗ୍ରହ କରିଛି । ଯେତେବେଳେ କି ୨୦୨୨ ଜୁନ୍ ମାସରେ ଏହା ୧୩୮୪.୫୯ କୋଟି ଟଙ୍କା ଥିଲା ।

ଜୁନରେ ଓଡ଼ିଶା ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ବାବଦକୁ ମୋଟ ୫୬୬୧.୯୭ କୋଟି ସଂଗ୍ରହ କରିଛି । ଯାହାକି ଗତ ଆର୍ଥିକ ବର୍ଷର ଜୁନ୍ ମାସରେ ୪୩୫୦.୮୮ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ୩୦.୧୩ ପ୍ରତିଶତ ଅଭିବୃଦ୍ଧି ହୋଇଛି ।

ସେହିଭଳି ଜୁନ୍ ମାସରେ ଓଡ଼ିଶା ଜିଏସଟି ବାବଦକୁ ମୋଟ ୪୩୭୯.୯୭ କୋଟି ଆଦାୟ କରିଥିବା ବେଳେ ଗତବର୍ଷ ଜୁନରେ ଏହା ୩୯୬୫.୨୮ କୋଟି ଥିଲା । ଏ କ୍ଷେତ୍ରରେ ୧୦.୪୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଚଳିତବର୍ଷ ଜୁନ୍ ସୁଦ୍ଧା ସାମଗ୍ରିକ ଭାବେ ମୋଟ ଜିଏସଟି ୧୩୮୧୩.୪୪ କୋଟି ହୋଇଥିବା ବେଳେ ଗତବର୍ଷ ଜୁନ୍ ସୁଦ୍ଧା ଏହା ୧୨୮୩୧.୨୬ କୋଟି ଥିଲା । ଏଥିରେ ୭.୬୫ ପ୍ରତିଶତ ଅଭିବୃଦ୍ଧି ହୋଇଛି ।

Leave A Reply

Your email address will not be published.