Latest Odisha News

BREAKING NEWS

ପେଲେଙ୍କ ରେକର୍ଡ ଭାଙ୍ଗିଲେ ମେସି

ନୂଆଦିଲ୍ଲୀ:ମହାନ ବ୍ରାଜିଲିଆନ ଖେଳାଳି ପେଲେଙ୍କ ଗୋଟିଏ କ୍ଲବ ପକ୍ଷରୁ କରିଥିବା ସର୍ବାଧିକ ଗୋଲ ରେକର୍ଡକୁ ବୁଧବାର ବାର୍ସିଲୋନାର ଲିଓନେଲ ମେସି ଭାଙ୍ଗି ଦେଇଛନ୍ତି । ମେସି ବାର୍ସିଲୋନା ପକ୍ଷରୁ ୭୪୯ ମ୍ୟାଚରେ ୬୪୪ ଗୋଲ ସ୍କୋର କରିଥିଲେ । ପୂର୍ବରୁ ପେଲ ବ୍ରାଜିଲର ସାଟୋଂସ କ୍ଲବ ପକ୍ଷରୁ ୬୫୬ ମ୍ୟାଚ ଖେଳି ୬୪୩ ଗୋଲ କରିଥିଲେ ।

ଏଥିସହ ମେସି ଓଭରାଲ ୭୦୦ରୁ ଅଧିକ ଗୋଲ କରିବାରେ ୭ମ ଖେଳାଳି ହୋଇଛନ୍ତି । ଆର୍ଜେଟିଂନା ପକ୍ଷରୁ ସେ ୭୦ ଗୋଲ କରିଛନ୍ତି । ଅଷ୍ଟ୍ରିଆର ଜୋସେଫ ବିକନ ସର୍ବାଧିକ ୮୦୫ ଗୋଲ ସ୍କୋର କରିଛନ୍ତି । ବାର୍ସିଲୋନା ମେସିଙ୍କ ଗୋଲ ବଳରେ ରିୟଲ ଭାଲାଡୋଲିଡକୁ ୩-୦ ଗୋଲରେ ପରାସ୍ତ କରିଥିଲା ।

Leave A Reply

Your email address will not be published.