Latest Odisha News

BREAKING NEWS

ସଙ୍କଟରେ ନେତ୍ୟାନେହୁ ସରକାର, ଇସ୍ରାଏଲର ପୁନର୍ବାର ନିର୍ବାଚନ

ଜେରୁଜେଲମ: ଇସ୍ରାଏଲରେ ଏବେ ପୁନର୍ବାର ରାଜନୈତିକ ସଙ୍କଟ ଦେଖାଦେଇଛି । ବୁଧବାର ଦେଶର ସଂସଦକୁ ଭାଙ୍ଗି ଦିଆଯାଇଛି । ଫଳରେ ବେଞ୍ଜାମିନ୍ ନେତ୍ୟାନେହୁଙ୍କ ସରକାର ଭାଙ୍ଗିଯାଇଛି । ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଦେଶ ପୁନର୍ବାର ନିର୍ବାଚନ ମୁହାଁ ହୋଇଛି । ନିର୍ବାଚନ ୨୦୨୧ ମାର୍ଚ୍ଚ ୨୩ରେ ହେବ ।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନେତ୍ୟାନେହୁ ସରକାର ସଂସଦରେ ବଜେଟ ଉପସ୍ଥାପନ କରିପାରି ନ ଥିଲେ । ଫଳରେ ଉପରୋକ୍ତ ନିଷ୍ପତି ନିଆଯାଇଛି । ଏହି ରାଜନୈତିକ ସଙ୍କଟ ପାଇଁ ନେତ୍ୟାନେହୁଙ୍କ ସହଯୋଗୀ ଦଳ ବ୍ଲୁ ଆଣ୍ଡ ହ୍ୱାଇଟ ପାର୍ଟି ଦାୟୀ କରିଛି । ଏହାର ନେତା ବେଜି ଗେଂଟେଜ ନେତ୍ୟାନାହୁ ୭ ମାସ ସରକାରକୁ ସୁରକ୍ଷିତ ରଖିପାରି ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.