Latest Odisha News

BREAKING NEWS

ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇପାରିବନି ନଗ୍ନ ଫଟୋ; ‘ଟେକ୍‌ ଇଟ୍‌ ଡାଉନ୍‌’ ଟୁଲ୍ ଲଞ୍ଚ କଲା ମେଟା

ନୂଆଦିଲ୍ଲୀ: ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ଏବେ ‘ଟେକ୍‌ ଇଟ୍‌ ଡାଉନ୍‌’ ଟୁଲ୍ ଲଞ୍ଚ କରିଛି। ଏହି ଟୁଲ୍ ସାହାଯ୍ୟରେ ଫେସ୍‌ବୁକ କିମ୍ବା ଇନଷ୍ଟାଗ୍ରାମ୍‌ ଭଳି ସୋସିଆଲ୍ ମିଡିଆରେ ନ୍ୟୁଡ୍‌ କଣ୍ଟେଣ୍ଟ ଶେୟାର କରିବାରୁ ରୋକି ହେବ। ଏହି ଟୁଲ୍‌କୁ ନ୍ୟାସ୍‌ନାଲ ସେଣ୍ଟର ଫର୍ ମିସିଂ ଆଣ୍ଡ ଏକ୍ସପ୍ଲୋଏଟେଡ୍ ଚିଲ୍‌ଡ୍ରେନ୍ ଦ୍ୱାରା ଅପରେଟ୍ କରାଯାଇଥାଏ।

ନଗ୍ନ ଫଟୋ ପଠାଇ ବ୍ଲାକ୍ ମେଲ୍ କରିବା ଓ ଲୋକଙ୍କ ପ୍ରାଇଭେସିକୁ ସୁରକ୍ଷା ଦେବାକୁ ଏହି  ‘ଟେକ୍‌ ଇଟ୍‌ ଡାଉନ୍‌’ ଟୁଲ୍ ଲଞ୍ଚ କରାଯାଇଛି। କେବଳ ସେତିକି ନୁହେଁ ଏଥିରେ ପୁରୁଣା ନ୍ୟୁଡ୍ ଫଟୋଗୁଡ଼ିକ ମଧ୍ୟ ହଟାଇ ଦିଆଯିବ। ଏହି ଟୁଲ୍‌ ମାଧ୍ୟମରେ ଯଦି ୟୁଜର କୌଣସି ଫଟୋକୁ ରିପୋର୍ଟ କରିବେ ତେବେ ଉକ୍ତ ଫଟୋର ଏକ  ଡିଜିଟାଲ୍ ଫିଙ୍ଗରପ୍ରିଣ୍ଟ ହେଇଯିବ। ଏହାକୁ ହାଶେସ୍‌(Hashes) ବୋଲି କୁହାଯାଇଥାଏ। ଅର୍ଥାତ୍ ଆପଣଙ୍କର ଫଟୋଟି ଏକ କୋଡ୍‌ରେ ପରିଣତ ହୋଇଯିବ। ଫଳରେ ଏହାକୁ କେହି ଦେଖିପାରିବେ ନାହିଁ।

ଟେକ୍‌ ଇଟ୍‌ ଡାଉନ୍ ଟୁଲ୍‌ର ଭଲ କଥା ହେଉଛି ଥରେ ଏହିଭଳ ଫଟୋକୁ ରିପୋର୍ଟ କରିବା ପରେ ଆପଣ ବ୍ୟବହାର କରୁଥିବା ସୋସିଆଲ୍ ମିଡିଆର ସମସ୍ତ ନ୍ୟୁଡ୍‌ ଫୋଟୋ ବ୍ଲକ୍ ହୋଇଯିବ। ଫଟୋକୁ ଅପ୍‌ଲୋଡ୍ କଲେ ବି ଏହା ସମ୍ଭବ ହେବ ନାହିଁ। ଚଳିତ ବର୍ଷ ହନ୍ଦୀରେ ଏହି ଟୁଲ୍‌କୁ ଲଞ୍ଚ କରାଯିବ। ଆସନ୍ତା ଦିନମାନଙ୍କରେ ଅନ୍ୟ ଆଞ୍ଚଳିକ ଭାଷାରେ ବି ଏଗୁଡ଼ିକୁ ଲଞ୍ଚ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ଗୋଟିଏ ଅସୁବିଧା ରହିଛି

ଯଦି କୌଣସି ବ୍ୟକ୍ତି ନିଜର ନଗ୍ନ ଫଟୋକୁ ଏଡିଟ୍ କରି ପୋଷ୍ଟ କରନ୍ତି। ତେବେ ଏହି ଟୁଲ୍‌ ଏହାକୁ ବ୍ଲକ୍ କରିପାରିବ ନାହିଁ। କାରଣ ଏହା ଏକ ନୂଆ ଫଟୋ ବୋଲି ସେ ଭାବିବ। ତେବେ ଏଥିପାଇଁ ଆପଣଙ୍କୁ ପୁଣିଥରେ ଉକ୍ତ ଫଟୋକୁ ରିପୋର୍ଟ କରିବାକୁ ପଡ଼ିବ।

 

Leave A Reply

Your email address will not be published.