Latest Odisha News

BREAKING NEWS

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ୍, ଆବଶ୍ୟକସ୍ଥଳେ ସମୟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ

ଭୁବନେଶ୍ୱର : ଆଜି(ମଙ୍ଗଳବାର)ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ଏଣିକି ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ  ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ। ପ୍ରବଳ ଖରାକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଥିବାବେଳେ ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ସାଙ୍ଗକୁ ଓଆରଏସ ଏବଂ ପଙ୍ଖାର ବ୍ୟବସ୍ଥା କରାଯାଇଛି ।

ସେପଟେ, ଆବଶ୍ୟକସ୍ଥଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ସ୍କୁଲଗୁଡ଼ିକର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଏଥିସହ ହିଟଓ୍ଵେଭ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କହାଯାଇଛି। ସୂଚନାଯୋଗ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ଅନୁସାରେ ଆସନ୍ତା ମେ’ ୫ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କର ଖରାଛୁଟି ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.