Latest Odisha News

BREAKING NEWS

ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା: ସୀମା ଉଲ୍ଲଂଘନ ନ କରିବାକୁ ଚେତାଇଲେ ନେତନ୍ୟାହୁ’ 

ଜେରୁଜେଲମ: ହମାସ ପରେ ଏବେ ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା। ଇସ୍ରାଏଲ ପଡୋଶୀ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲାର ଏକାଧିକ ଶିବିର ଉପରେ ଆକ୍ରମଣ କରିଛି ଇସ୍ରାଏଲ । ହମାସ ଆତଙ୍କୀ ଇସ୍ରାଏଲ ସେନା ଉପରେ ରକେଟ୍ ହମଲା କରିବା ପରେ ଇସ୍ରାଏଲ ମଧ୍ୟ ପାଲଟା ହମଲା କରିଛି । ହିଜବୁଲ୍ଲା ଆତଙ୍କୀ ହମଲାରେ ଇସ୍ରାଏଲ ସେନାର ଦୁଇ ଯବାନ ଆହତ ହୋଇଛନ୍ତି । ହିଜବୁଲ୍ଲାକୁ କଡ଼ା ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ। ସୀମା ଉଲ୍ଲଂଘନ କଲେ ଗାଜା ସମଦଶା ଭୋଗିବ ବୋଲି ଚେତାଇ ଦେଇଛନ୍ତି ନେତନ୍ୟାହୁ।

ସେପଟେ ଗାଜା-ଇସ୍ରାଏଲ ମଧ୍ୟରେ ୨ ମାସରୁ ଅଧିକ ହେଲାଣି ଲାଗି ରହିଛି ସଂଘର୍ଷ । ମାନବୀୟ ସହାୟତା ଜାରି ରଖିବା ଉପରେ ଜାତିସଂଘ ମହାସଚିବ ଗୁରୁତ୍ୱ ଦେଇଛନ୍ତି । ଗାଜାର ୮୦ ପ୍ରତିଶତରୁ ଅଧିକ ନାଗରିକ ଦକ୍ଷିଣ ଗାଜାକୁ ପଳାୟନ କରିଛନ୍ତି । ଟେଲିକମ ସେବା ବାଧାପ୍ରାପ୍ତ ହୋଇଛି । ଇଣ୍ଟରନେଟ ପୁରା ଠପ୍ ହୋଇଯାଇଛି । ଖାଦ୍ୟ, ପାଣି ଓ ଔଷଧ ବଣ୍ଟନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଯୁଦ୍ଧକୁ ଦୁଇ ମାସ ବିତିଥିବାବେଳେ ଗାଜାରେ ଲୋକେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ରହିଛି । ଇସ୍ରାଏଲର କରିମ ଶାଲମ ସୀମାରେ ମାନବୀୟ ସହାୟତା ପଠାଇବାକୁ କହିଛି ଜାତିସଂଘ। ଖୁବଶୀଘ୍ର ଏହି ସୀମାକୁ ଖୋଲାଯିବ ।

ସେପଟେ ଗାଜାରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଛି ଆମେରିକା । ସାଧାରଣ ଜନସାଧାରଣଙ୍କ ଯେପରି କୌଣସି କ୍ଷତି ନଘଟେ ଏଥିପ୍ରତି ସଜାଗ ରହିବାକୁ ଇସ୍ରାଏଲକୁ କହିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ।ହମାସ ଆତଙ୍କୀଙ୍କ ପାଖରେ ଏବେ ବି ୧୩୫ ପଣବନ୍ଦୀ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହାସହ ଗାଜାରେ ମାନବୀୟ ସହାୟତା ଅଧିକ ପରିମାଣର ପଠାଇବାକୁ ଗୁରୁତ୍ବ ଦେଇଛନ୍ତି ବାଇଡେନ।

 

 

Leave A Reply

Your email address will not be published.